29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପୁରାତନ ଡାକବଙ୍ଗଳା ଅବହେଳିତ : ରକ୍ଷଣାବେକ୍ଷଣ ପାଇଁ ନାହାନ୍ତି

ପୁରାତନ ଡାକବଙ୍ଗଳା ଅବହେଳିତ : ରକ୍ଷଣାବେକ୍ଷଣ ପାଇଁ ନାହାନ୍ତି

ନୟାଗଡ଼:ଜରାଜୀର୍ଣ୍ଣ ଅବସ୍ଥାରେ ଗଣିଆ ବ୍ଲକର ପୁରାତନ ଡାକବଙ୍ଗଳା। ରଷଣାବେଷଣ ପାଇଁ ରହୁନାହାନ୍ତି ନିଯୁକ୍ତି ପାଇଥିବା ଓ୍ବାର୍କସ ଓ୍ବାର୍କର। ହୀରାକୁଦ ନଦୀବନ୍ଧ ବୁର୍ଲା ଡିଭିଜନ ତରଫରୁ ଗତ ୪୦ ବର୍ଷ ତଳେ ନିର୍ମିତ ହୋଇଥିଲା ଏହି ଡାକବଙ୍ଗଳା। ସମୟ ଥିଲା ବର୍ଷର ଅଧିକାଂଶ ସମୟରେ ଏଠାରେ ନେତା, ମନ୍ତ୍ରୀ,ଅନେକ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏଠାରେ ଅବସର ବିନୋଦନ କରୁଥିଲେ। ହେଲେ ଆଜି ଅଲୋଡ଼ା ହୋଇ ଯାଇଛି ଏହି ସ୍ଥାନ ।ବିଶେଷକରି ବନ୍ୟା ସମୟରେ ବଡମୂଳ ଠାରେ ସାତକୋଶିଆ ଗଣ୍ଡ ଅଂଚଳରେ ପ୍ରବାହିତ ହେଉଥିବା ବନ୍ୟାଜଳ ସମ୍ପର୍କରେ ନିଯୁକ୍ତି ପାଇଥିବା ଓ୍ବାର୍କସ ଓ୍ବାର୍କର ହୀରାକୁଦ ଜଳଭଣ୍ଡାରର କର୍ତୁପଷଙ୍କୁ ସୂଚନା ଦେବା କଥା। ହେଲେ ଓ୍ବାର୍କସ ଓ୍ବାର୍କର ବର୍ଷ ସାରା ଅନୁପସ୍ଥିତ ରହିଥିବା ବେଳେ ଦାୟିତ୍ୱ ତୁଲାଉଛନ୍ତି ଦୁଇ କେୟାରଟେକର।ବିଶେଷକରି ଅନେକ ସମୟରେ ଏଠାକୁ ରାତ୍ରୀଯାପନ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି। ତେବେ ଏହି ଡାକବଙ୍ଗଳାର ପୁନରୁଦ୍ଧାର କରିବା ସହିତ ଷ୍ଟାଫ୍ କ୍ବାର୍ଟର ଗୁଡ଼ିକ ବନୀକରଣ କରାଗଲେ ପୁରାତନ ଡାକବଙ୍ଗଳା ପର୍ଯଟକଙ୍କ ପାଇଁ ଆକର୍ଷଣ ହୋଇପାରନ୍ତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking