29.1 C
Bhubaneswar
Thursday, May 23, 2024
Homeଅପରାଧ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୩ ବର୍ଷୀୟ ଯୁବକକୁ ମିଳିଲା ଫାଶୀ...

୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୩ ବର୍ଷୀୟ ଯୁବକକୁ ମିଳିଲା ଫାଶୀ ଦଣ୍ଡ

ଗାନ୍ଧୀନଗର: ଫାଶୀରେ ଝୁଲିବ ଦୁଷ୍କର୍ମକାରୀ । ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିବା ମାମଲାରେ ଗୁଜୁରାଟରେ ଜଣେ ୨୩ ବର୍ଷୀୟ ଯୁବକକୁ ମୃତ୍ୟୁଦଣ୍ଡ ମିଳିଛି । ସୁରଟ କୋର୍ଟ ଏହି ମାମଲାକୁ ବିରଳରୁ ଅତି ବିରଳ ଅପରାଧ ବୋଲି କହି ଅଭିଯୁକ୍ତ ଯୁବକକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଚଳିତ ବର୍ଷ ଫେବୃୟାରୀରେ ସୁରଟ ଅଞ୍ଚଳରେ ଏହି ଜଘନ୍ୟ ଘଟଣା ଘଟିଥିଲା । ଦଣ୍ଡିତ ଯୁବକର ନାମ ଇସମାଇଲ ୟୁସୁଫ ଏବଂ ତା’ ଘର ସୁରଟର ସଚିନ ଅଞ୍ଚଳରେ । ସେ ଶିଶୁକନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲା ।

ମାମଲାର ଶୁଣାଣି ସମୟରେ ସରକାରୀ ଓକିଲ ନୟନ ସୁଖଦାୱାଲା ଆସାମୀକୁ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ । କୋର୍ଟ ମଧ୍ୟ ଫାଶୀ ସଜ୍ଜା ଶୁଣାଇଛନ୍ତି । ଏନେଇ ସରକାରୀ ଓକିଲ କହିଛନ୍ତି, ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରତି କୌଣସି ପ୍ରକାର ଦୟା ଦେଖାଇବାକୁ କୋର୍ଟ ମନା କରିଦେଇଛନ୍ତି । ଏହି ମାମଲା ବିରଳରୁ ଅତି ବିରଳ ଅପରାଧରେ ଆସୁଛି । କୋର୍ଟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ସହ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଫେବୃୟାରୀ ୨୭ ତାରିଖରେ ସୁରଟ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଜଣେ ୨ ବର୍ଷୀୟା ଶିଶୁକନ୍ୟା ହଠାତ୍ ଘରୁ କୁଆଡେ ନିଖୋଜ ହୋଇଯାଇଥିଲା ।

ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଥାନାରେ ନିଖୋଜ ଏତଲା ଦେଇଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରିବା ପରେ ଗୋଟିଏ ପରିତ୍ୟକ୍ତ କୋଠା ପଛପଟ ବୁଦୁବୁଦିଆ ସ୍ଥାନରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ବ୍ୟବଚ୍ଛେଦରୁ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପୀଡିତାଙ୍କ ପଡୋଶୀରେ ରହୁଥିବା ୨୩ ବର୍ଷୀୟ ଇସମାଇଲ ୟୁସୁଫ ହିଁ ଏହି ଜଘନ୍ୟ ଅପରାଧ ଘଟାଇଥିବା ତଦନ୍ତରୁ ଜଣାପଡିଥିଲା । ୟୁସୁଫ ଗୋଟିଏ ଇଟାଭାଟିରେ କାମ କରୁଥିଲା । ସେ ଶିଶୁକନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିଲା ଓ ଏହାପରେ ଜୀବନରୁ ମାରି ଦେଇଥିଲା । ପୋଲିସ କହିଛି ଯେ, ଅଭିଯୁକ୍ତ ସବୁବେଳେ ଅଶ୍ଲୀଳ ଫିଲ୍ମ ଦେଖୁଥିଲା । ଫିଲ୍ମ ଦେଖି ଦୁଷ୍କର୍ମ ଓ ହତ୍ୟା କରିବାକୁ ଯୋଜନା ବନାଇଥିଲା । ଏହି ଘଟଣାର ୧୧ ଦିନ ପରେ ପୋଲିସ ଚାର୍ଜସିଟ ଦାଖଲ କରିଥିବା ବେଳେ ୬ ମାସ ଭିତରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking