ନୂଆଦିଲ୍ଲୀ: ଡିଲିମିଟେସନ ବିଲ ପାଇଁ ସମର୍ଥନ ଜାହିର କଲା ଡିଏମକେ । ଡିଲିମିଟେସନ ବିଲ ପାଇଁ ଇଣ୍ଡିଆ ବ୍ଲକର ହାତ ଛାଡିଲା ଆଉ ଏକ ଦଳ । କଂଗ୍ରେସ ଅପରିପକ୍ୱ ବ୍ୟବହାର କରୁଥିବା ନେଇ ଡିଏମକେର ଅଭିଯୋଗ । ଡିଏମକେର ସମର୍ଥନ ମହିଳାଙ୍କ ପାଇଁ ପ୍ରସ୍ତାବିତ ୩୩ ପ୍ରତିଶତ ସଂରକ୍ଷଣ ସହିତ ଆଗକୁ ବଢିବା ପାଇଁ ସରକାରଙ୍କ ପ୍ରୟାସକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି । ଦଳର ନେତାମାନେ କହିଛନ୍ତି, ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ସମସ୍ତ ରାଜ୍ୟର ସ୍ୱାର୍ଥ ସୁରକ୍ଷିତ ରହିବ ବୋଲି ପ୍ରତିଶ୍ରୁତି ପରେ ସେମାନଙ୍କର ସମର୍ଥନ ଆସିଛି ।










