26.1 C
Bhubaneswar
Saturday, November 28, 2026
Homeଓଡିଶାକୋଟିଆରେ ଆନ୍ଧ୍ରର ନିର୍ବାଚନ: ୫ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

କୋଟିଆରେ ଆନ୍ଧ୍ରର ନିର୍ବାଚନ: ୫ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର

କୋରାପୁଟ: କୋଟିଆରେ ଆନ୍ଧ୍ରକୁ ଝଟକା । ଶେଷ ମୂହୂର୍ତ୍ତରେ ୫ ସରପଞ୍ଚ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର । ପ୍ରାର୍ଥୀ ଶୂନ ହେବାରୁ ଫେଲ ମାରିଲା ଆନ୍ଧ୍ରର ନିର୍ବାଚନୀ ଉଦ୍ୟମ । ବିବାଦୀୟ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି ଟଣା ଓଟରା । ଆନ୍ଧ୍ରରେ ପଞ୍ଚାୟତର ନିର୍ବାଚନରେ ସାମିଲ ହେବାକୁ ନାମାଙ୍କନ ଭରିଥିବା ସମସ୍ତ ପାଞ୍ଚଜଣ ସରପଞ୍ଚ ପ୍ରାର୍ଥୀ ଶେଷ ମୂହୂର୍ତ୍ତରେ ନିର୍ବାଚନ ମଇଦାନରୁ ଓହରି ଯାଇଛନ୍ତି । ଫଳରେ ତିନୋଟି ଗାଁରେ ଏବେ ଓଡିଶା ପକ୍ଷରୁ କେହି ବି ସରପଞ୍ଚ ପ୍ରାର୍ଥୀ ନାହାନ୍ତି । ଆସନ୍ତା ଡିସେମ୍ବର ୨ ତାରିଖରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନଙ୍କ ଏହି ପଦକ୍ଷେପ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ଉଦ୍ୟମକୁ ଏକ ବଡ ଝଟକା ଲାଗିଛି । କୋଟିଆବାସୀଙ୍କୁ ନିଜ ନିର୍ବାଚନୀ ପ୍ରକ୍ରିୟାରେ ସାମିଲ କରି ଏହି ଅଞ୍ଚଳରେ ନିଜର ପ୍ରଭାବ ଜାହିର କରିବାକୁ ଆନ୍ଧ୍ର ପ୍ରଶାସନ ଉଦ୍ୟମ କରୁଥିବା ଅଭିଯୋଗ ହୋଇଆସୁଛି । ଏଭଳି ସ୍ଥିତିରେ ସମସ୍ତ ପାଞ୍ଚଜଣ ପ୍ରାର୍ଥୀଙ୍କ ଓହରିଯିବା ଆନ୍ଧ୍ର ପାଇଁ ଏକ ବଡ ରାଜନୈତିକ ଝଟକା ଭାବେ ଦେଖାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking