ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହ୍ରାସ ଧାରା ଜାରି ରହିଛି। ଆମେରିକାର ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୮୦ ଡଲାର ନିକଟକୁ ଖସିଆସିଛି । ଭାରତ ଭଳି ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳ ଦେଶ ପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ଆଶ୍ୱସ୍ତି ଆଣିପାରେ। ନଭେମ୍ବର ୨୩ରେ ଏହାର କାରବାର ପ୍ରାୟ ୮୦.୧୭ ଡଲାରରେ ଶେଷ ହୋଇଥିଲା । ନଭେମ୍ବରର ଆରମ୍ଭରେ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳ ଦର ୮୬ ଡଲାର ତଳକୁ ଖସିଥିଲା। ଏହା ପରଠାରୁ କ୍ରମାଗତ ଭାବେ ଦର ହ୍ରାସ ପାଇ ଆସୁଛି। ତେବେ ଏହା ପ୍ରଭାବରେ ଦେଶରେ ପେଟ୍ରୋଲ, ଡିଜେଲ ସହ ଦରଦାମ କମ୍ ହୋଇପାରେ ବୋଲି ଆଶା କରାଯାଉଛି।










