29.1 C
Bhubaneswar
Monday, November 23, 2026
Homeଓଡିଶାପୁରୀରେ ଭକ୍ତଙ୍କୁ ଲୁଟୁଥିଲେ: ୫ ନକଲି ଗୁମାସ୍ତା ଗିରଫ

ପୁରୀରେ ଭକ୍ତଙ୍କୁ ଲୁଟୁଥିଲେ: ୫ ନକଲି ଗୁମାସ୍ତା ଗିରଫ

ପୁରୀ  : ଶ୍ରୀମନ୍ଦିର ନିକଟରୁ ପୁଣି ଧରାପଡିଲେ ନକଲି ଗୁମାସ୍ତା। ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ସିଂହଦ୍ଵାର ଥାନା ପୋଲିସ। ଗିରଫ ୫ ନକଲି ଗୁମାସ୍ତା ହେଉଛନ୍ତି ପୁରୀ ସଦର ଥାନା ପିଳିପିଳା ଗ୍ରାମର ଲକ୍ଷ୍ମୀଧର ପରିଡ଼ା, ହାଡଗୋଡିଆ ସାହିର ବିଶ୍ବରଂଜନ ନାୟକ, ଗୋରୁଆଳ ଗ୍ରାମର ଭଗବାନ ସାହୁ, ଲୋକନାଥ ରୋଡ଼ର ମଧୂସୁଦନ ମିଶ୍ର ଏବଂ ଜଗତସିଂହପୁର ଜିଲ୍ଲାର ରୁଦ୍ର ପ୍ରତାପ ଷଡ଼ଙ୍ଗୀ। ରବିବାର ମହାପ୍ରଭୁଙ୍କ ଦର୍ଶନରେ ଶ୍ରୀମନ୍ଦିର ଆସିଥିବା ପ୍ରବାସୀ ଭାରତୀୟଙ୍କୁ ଦର୍ଶନ ନାଁରେ ୧୩ ହଜାର ଟଙ୍କା ଠକେଇ କରିଥିଲା ବିଶ୍ବରଞ୍ଜନ।

ତେବେ ଗତକିଛି ଦିନ ହେବ ଶ୍ରୀମନ୍ଦିର ବାହାରେ ପୁଣି ସକ୍ରିୟ ହେବାରେ ଲାଗିଛନ୍ତି ନକଲି ଗୁମାସ୍ତା। ବଡ଼ଦାଣ୍ଡ, ମାର୍କେଟ ଛକ, ସିଂହଦ୍ୱାର ନିକଟରେ ଭକ୍ତଙ୍କୁ ଟାର୍ଗେଟ କରୁଛନ୍ତି। ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି। ସହଜରେ ଦର୍ଶନ କରାଇ ଦେବେ କହି ଟଙ୍କା ଠକି ନେଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସିସିଟିଭି ଫୁଟେଜ୍ ଯାଞ୍ଚ ସହ ସାଦା ପୋଷାକରେ ପୋଲିସ ନଜର ରଖିଥିଲା। ଫଳରେ ବିଶ୍ୱରଞ୍ଜନ ନାୟକ ସମେତ ମୋଟ ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂ ଏହି ସୂଚନା ଦେବା ସହ ଶ୍ରଦ୍ଧାଳୁମାନେ ଏଥିପ୍ରତି ସଚେତନ ହେବାକୁ ସେ ଅନୁରୋଧ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼େନି। କେହି ଦର୍ଶନ ନାଁରେ ଟଙ୍କା ମାଗିଲେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ପୁରୀ ଏସପି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking