31.1 C
Bhubaneswar
Monday, November 23, 2026
Homeଓଡିଶା୭ ଦଫା ଦାବିରେ ଲୋୟର ପିଏମ୍‌ଜିରେ ଗର୍ଜନ

୭ ଦଫା ଦାବିରେ ଲୋୟର ପିଏମ୍‌ଜିରେ ଗର୍ଜନ

ଭୁବନେଶ୍ୱର :ନିଜ ହକ୍ ଓ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା । ୭ ଦଫା ଦାବି ପୂରଣ ନେଇ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଜୋରଦାର ଆନ୍ଦୋଳନ କରିଛନ୍ତି ସେମାନେ । ସରକାରୀ କର୍ମଚାରୀର ମାନ୍ୟତା ସହ କର୍ମୀଙ୍କୁ ମାସିକ ୩୦ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ଦାବିରେ ଆରମ୍ଭ ହୋଇଛି ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ ।ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ୨୦୨୪ ନିର୍ବାଚନ ଇସ୍ତାହାରରେ ସରକାର ଦେଇଥିବା ପାରିଶ୍ରମିକ ବୃଦ୍ଧି ପ୍ରତିଶ୍ରୁତି ପୂରଣରେ ବିଳମ୍ବକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଂଘ ସ୍ପଷ୍ଟ ଚେତାବନୀ ଦେଇଛି ।

ସଂଘର ୭ ଦଫା ଦାବି ମଧ୍ୟରେ କେବଳ ପାରିଶ୍ରମିକ ବୃଦ୍ଧି ନୁହେଁ, ବରଂ ସାମାଜିକ ସୁରକ୍ଷା, ସମ୍ମାନ ଓ ଭବିଷ୍ୟତର ନିଶ୍ଚିତତା ମଧ୍ୟ ସାମିଲ ରହିଛି । ସରକାରୀ କର୍ମଚାରୀର ମାନ୍ୟତା ମିଳିବା ପର୍ଯ୍ୟନ୍ତ ଘୋଷିତ ଦରମା ଲାଗୁ କରିବା ସହ ଗ୍ରାଚ୍ୟୁଇଟି ପ୍ରଦାନ ପାଇଁ ଦାବି ହୋଇଛି । ଅବସର ସମୟରେ କର୍ମୀଙ୍କୁ ୧୦ ଲକ୍ଷ ଓ ସହାୟିକାଙ୍କୁ ୫ ଲକ୍ଷ ଟଙ୍କା ଏକକାଳୀନ ସହାୟତା ଦେବାକୁ ମଧ୍ୟ ସଂଘ ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking