29.1 C
Bhubaneswar
Monday, November 23, 2026
Homeଓଡିଶାଠକେଇ ଅଭିଯୋଗରେ ପ୍ରବଚକ ଶରଣାବିନ୍ଦ ଓଝା ଗିରଫ

ଠକେଇ ଅଭିଯୋଗରେ ପ୍ରବଚକ ଶରଣାବିନ୍ଦ ଓଝା ଗିରଫ

ଭୁବନେଶ୍ବର: ବାୟା ବାବାଙ୍କ ଉପରେ ଏକ ବୃତ୍ତଚିତ୍ର କରିବା ନିମନ୍ତେ ମଠର ଜଣେ ସନ୍ୟାସିନୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆଜି (ସୋମବାର) ଭୁବନେଶ୍ବର କମିସନରେଟ୍‌ ପୁଲିସ ଜଣାଶୁଣା ପ୍ରବଚକ ଶରଣାବିନ୍ଦ ଓଝାଙ୍କୁ ଗିରଫ କରିଛି।  ଅଭିଯୋଗକାରିଣୀ ସାଗରିକା ଦାସ (୮୦)। ସେ ଜଣେ ଅବସରପ୍ରାପ୍ତ ଡାକ୍ତର, କିନ୍ତୁ ସମ୍ପ୍ରତି ସନ୍ୟାସ ଆଶ୍ରମ ଗ୍ରହଣ କରି ସନ୍ୟାସିନୀ ସାରିକା ଭାବେ ପରିଚିତ। ଗଣମାଧ୍ୟମକୁ ନିଜର ଅଭିଯୋଗ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବାୟା ବାବାଙ୍କ ସମ୍ପର୍କରେ ଏକ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରି) କରିବାକୁ ଚାହିଁଥିଲେ। ଶରଣାବନ୍ଦି ଓଝାଙ୍କୁ ପୂର୍ବରୁ ଜାଣିନଥିଲେ ହେଁ କହିବା ଶୈଳୀ ଓ ଟେଲିଭିଜନ ଆଦିରେ ପ୍ରବଚନ ଦେଖି ସେ ପ୍ରଭାବିତ ହୋଇଥିଲେ। କୌଣସି ପ୍ରକାରେ ଶରଣାବିନ୍ଦଙ୍କ ସହ ତାଙ୍କର ଏହି ପ୍ରସଙ୍ଗକୁ ନେଇ ସାକ୍ଷାତ ହୋଇଥିଲା।

 ଆଲୋଚନା ପରେ ସେ ଏହି ପ୍ରକଳ୍ପ କରିବାକୁ ସହମତି ଦେଇଥିଲେ। ଏଥିପାଇଁ ୧୫-୧୬ଲକ୍ଷ ଟଙ୍କାର ଏକ ବଜେଟ୍‌ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ନିଜ ବ୍ୟାଙ୍କରୁ ଶରଣାବିନ୍ଦଙ୍କୁ ୧୧ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିବା ତ ଦୂରର କଥା ଆଉ ଧରାଛୁଆଁ ଦେଇନଥିଲେ। ଏହାପରେ ଡକ୍ୟୁମେଣ୍ଟାରିର ନିର୍ଦ୍ଦେଶକ ଭାରତୀକୃଷ୍ଣ ‌ତାଙ୍କୁ ଠକେଇରେ ପଡ଼ିଯିବେ ବୋଲି ସତର୍କ ମଧ୍ୟ କରାଇଥିଲେ। ଏହା ସତ୍ବେ ସେ ଶରଣାବିନ୍ଦଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଡକ୍ୟୁମେଣ୍ଟାରି ଉପରେ କାମ କରିବେ ବୋଲି ଆଶା ରଖିଥିଲେ। କିନ୍ତୁ ଏହି ସମୟ ଅତିକ୍ରାନ୍ତ ହୋଇଯିବାରୁ ସେ ବାଧ୍ୟ ହୋଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking