ରାଞ୍ଚି: ରାଞ୍ଚି ରୋଡ୍ ନିକଟସ୍ଥ ସନିଆଢାବା ସମ୍ମୁଖରେ ଆଜି ସକାଳେ ଏକ ଘରୋଇ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗଟି ଭାଙ୍ଗି ଯାଇଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ରାଉରକେଲା ଅଭିମୁଖେ ଯାଉଥିବା ଷଡ଼ଙ୍ଗୀ ନାମକ ଏକ ଘରୋଇ ବସ୍ ସନିଆ ଢାବା ସମ୍ମୁଖ ବୁଲାଣି ନିକଟରେ ପହଞ୍ଚିଥିଲା। ଏହି ସମୟରେ ଓଡି ୧୬ସି ୭୭୫୦ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ରାସ୍ତା ପାର୍ ହେଉଥିଲା। ଏତିକିବେଳେ ଓଡି ୧୬ କେ ୬୩୩୬ ନମ୍ବର ବିଶିଷ୍ଟ ବସ୍ଟି ଟ୍ରକ୍କୁ ଧକ୍କା ଦେଇଥିଲା।ଏହି ଧକ୍କାରେ ବସ୍ର ସମ୍ମୁଖ ଭାଗଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ବସ୍ରେ ଥିବା ୧୨ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାରେ କାହାରି ଗୁରୁତର ଆହତ ହେବା ସମ୍ପର୍କରେ ସୂଚନା ମିଳିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।










