28.1 C
Bhubaneswar
Friday, November 13, 2026
Homeଓଡିଶା‘ଆମ ବସ’କୁ ପିଟିଲା ସ୍କୁଲ ଅଟୋ: ୫ ଛାତ୍ରଛାତ୍ରୀ ଆହତ

‘ଆମ ବସ’କୁ ପିଟିଲା ସ୍କୁଲ ଅଟୋ: ୫ ଛାତ୍ରଛାତ୍ରୀ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍‌ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍‌ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ ଛାତ୍ରୀଛାତ୍ର ଗୁରୁତର ହୋଇଥିବା ବେଳେ ଅଟୋ ଓ ବସ୍‌ ଚାଳକ ମଧ୍ୟ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ପ୍ରତିଦିନ ପରି ଗଙ୍ଗପଡ଼ା ଓ ପିତାପଲ୍ଲୀ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଟୋ ଖୋର୍ଦ୍ଧାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ଆସୁଥିଲା। ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ପିତାପଲ୍ଲୀ ଛକ ନିକଟରେ ଅଟୋଟି ଖୋର୍ଦ୍ଧା ବାଇପାସ ଦେଇ ଯାଉଥିବାବେଳେ ୨୧ ନମ୍ବର ରୁଟ୍‌ର ଏକ ଆମ ବସ୍‌ ଏହାକୁ ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ବସ୍‌ଟି ଅଟୋକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଅଟୋରେ ଥିବା ଛାତ୍ରୀଛାତ୍ର ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ
ଦୁର୍ଘଟଣାରେ କେତେକ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଫାଟିଥିବାବେଳେ ଅନ୍ୟମାନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଖବର ପାଇ ଇଇନ୍‌ଫୋଭ୍ୟାଲି ଓ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀଛାତ୍ର ଓ ଅଟୋ ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଆମ ବସ୍‌ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲା। ଏନେଇ ଇନ୍‌ଫୋଭ୍ୟାଲି ଥାନା ଆଇଆଇସି ଚନ୍ଦ୍ରଶେଖର ସେଠୀ କହିଛନ୍ତି ଯେ, ଆହତ ପରିବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଆମ ବସ୍‌ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଗିରଫ ପ୍ରକ୍ରିୟା ଗ୍ରହଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking