30.1 C
Bhubaneswar
Wednesday, November 11, 2026
Homeଓଡିଶାଟ୍ରକ୍ ନେଲା ବାଇକ୍ ଚାଳକଙ୍କ ଜୀବନ

ଟ୍ରକ୍ ନେଲା ବାଇକ୍ ଚାଳକଙ୍କ ଜୀବନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ବାଇପାସ୍ ନିକଟ ଜାତୀୟ ରାଜପଥ-୧୪୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ଜୀବନ ଚାଲିଯାଇଛି। ଟ୍ରକ୍ ଧକ୍କାରେ ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।ସୂଚନା ଅନୁଯାୟୀ, ଯୁବକ ଜଣକ ନିଜ ବାଇକ୍‌ରେ କୁଆରମୁଣ୍ଡା ବାଇପାସ୍ ରାସ୍ତା ଦେଇ ଯାଉଥିବା ସମୟରେ ଏକ ଟ୍ରକ୍ ତାଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ କୁଆରମୁଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଯାତାୟାତ ସ୍ୱାଭାବିକ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking