30.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶମସ୍କ ହରାଇଲେ ୧୧ ଲକ୍ଷ କୋଟି

ମସ୍କ ହରାଇଲେ ୧୧ ଲକ୍ଷ କୋଟି

ନୂଆଦିଲ୍ଲୀ:ଆମେରିକାର ଟେକ୍ସାସ୍‌ରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ପରେ ବିଶ୍ୱର ଧନୀ ବ୍ୟବସାୟୀଏଲନ୍ ମସ୍କଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ତାଙ୍କ ମାଲିକାନା ସହ ଜଡ଼ିତ ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୋଟ ବଜାର ପୁଞ୍ଜିରୁ ୧୨୦ ବିଲିୟନ୍ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ ୧୦.୮୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ଡେମୋକ୍ରାଟ୍‌ମାନେ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ନିବେଶକମାନେ ମସ୍କଙ୍କ କମ୍ପାନିଗୁଡ଼ିକର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ବୁଧବାର ଆମେରିକାର ଷ୍ଟକ୍ ବଜାରରେ ଟେସ୍‌ଲାର ସେୟାର ମୂଲ୍ୟ ୨.୪ ପ୍ରତିଶତ ଓ ସ୍ପେସ୍‌ଏକ୍ସର ସେୟାର ମୂଲ୍ୟ ୪.୯ ପ୍ରତିଶତ ହ୍ରାସ ପାଇଥିଲା। ଫଳରେ ଉଭୟ କମ୍ପାନିର ମିଳିତ ବଜାର ମୂଲ୍ୟରେ ୧୦.୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଟେକ୍ସାସ୍‌ର ଗଭର୍ଣ୍ଣର ଓ ସିନେଟ୍ ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ବିଜୟ ଏହି ପରିସ୍ଥିତି ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking