ନୂଆଦିଲ୍ଲୀ : ଓରେଗନ ବିମାନବନ୍ଦର ନିକଟରେ ଉଡାଣ ସମୟରେ ମଝି ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଭାବେ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁବାର ଅପରାହ୍ନରେ ଉତ୍ତର-ପଶ୍ଚିମ ଓରେଗନର ଏକ ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ୟାମହିଲ କାଉଣ୍ଟି ସେରିଫ ସାମ ଏଲିଅଟ କହିଛନ୍ତି, ଯେ, ହେଲିକପ୍ଟରରେ ଟେକ୍ସାସର ଜଣେ ଫ୍ଲାଇଟ ପ୍ରଶିକ୍ଷକ ଓ ୟୁନାଇଟେଡ କିଙ୍ଗଡମର ଜଣେ ଛାତ୍ର ପାଇଲଟ ଟ୍ରେନିଂ ନେଉଥିଲେ । ଦ୍ୱିତୀୟ ହେଲିକପ୍ଟରରେ ନ୍ୟୁବର୍ଗର କେବଳ ଜଣେ ପାଇଲଟ ଥିଲେ । ସମ୍ପୃକ୍ତ ହେଲିକପ୍ଟରଗୁଡିକ ମଧ୍ୟରୁ ଗୋଟିଏ ଜେରି ଟ୍ରିମ୍ବଲ ହେଲିକପ୍ଟର ଦ୍ୱାରା ପରିଚାଳିତ ହେଉଥିଲା, ଯାହା ଏକ ଉଡାଣ ତାଲିମ ବିଦ୍ୟାଳୟ ଓ ଘରୋଇ ହେଲିକପ୍ଟର ଭଡା ସେବା ଥିଲା ।









