25.1 C
Bhubaneswar
Friday, October 30, 2026
Homeଓଡିଶାଗଞ୍ଜାମରେ ଜଳପ୍ରଳୟ: ଚାରିଆଡୁ ବିଚ୍ଛିନ୍ନ ୬ ବ୍ଲକ୍‌

ଗଞ୍ଜାମରେ ଜଳପ୍ରଳୟ: ଚାରିଆଡୁ ବିଚ୍ଛିନ୍ନ ୬ ବ୍ଲକ୍‌

ଗଞ୍ଜାମ: ଦକ୍ଷିଣ ଓଡିଶାରେ ବାତ୍ୟା ଅର୍ଣ୍ଣବର ତାଣ୍ଡବ । ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ ଗଜପତି ଜିଲ୍ଲା । ତିନି ଦିନରୁ ଅଧିକ ସମୟ ଧରି ଜାରି ଜାରି ରହିଥିବା ବର୍ଷା ଯୋଗୁଁ ଜନଜୀବନ ସମ୍ପୁର୍ଣ୍ଣ ଅସ୍ତବ୍ୟସ୍ତ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ସ୍ଥିତି । ଆସିକା, ଶେରଗଡ, ସୋରଡା, ଧରାକୋଟ, ଭଞ୍ଜନଗର ଓ ବେଲଗୁଣ୍ଠା ବ୍ଲକର ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀବନ୍ଧ ଭାଙ୍ଗିଯିବାରୁ ଗାଁଠୁ ସହର ସବୁଠି ପଶିଛି ବନ୍ୟାଜଳ । ସେପଟେ ସୀମାନ୍ତ ପାତ୍ରପୁର ଓ ଚିକିଟି ବ୍ଲକ୍‌ରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିଛି । ଗାଁ ଦାଣ୍ଡରେ ପ୍ରଖର ସ୍ରୋତରେ ବହୁଛି ପାଣି । ପ୍ରବଳ ଜଳସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୭୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ରହିଛି ୧୨୨.୭୭ ମିଲିମିଟର । ଏପଟେ ବ୍ରହ୍ମପୁର ସହରରେ ମଧ୍ୟ ଜଳବନ୍ଦୀ ସ୍ଥିତି। ବିଭିନ୍ନ ସାହି ଓ ବସ୍ତିରେ ଲକ୍ଷାଧିକ ଲୋକ ପାଣିଘେରରେ ରହିଛନ୍ତି । ତଳିଆ ଅଞ୍ଚଳର ଘରଗୁଡ଼ିକରେ ଅଣ୍ଟାଏ ଉଚ୍ଚତା ପର୍ଯ୍ୟନ୍ତ ପାଣି ପଶିଯାଇଛି।ସେହିପରି ସାପୁଆ ଓ ବାହାନା ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ପାଣି ଉଛୁଳୁଛି । ଫଳରେ ସହରର ଅନେକ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବାତ୍ୟା ପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟାଜଳ ଗଞ୍ଜାମ ଜିଲ୍ଲାରେ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking