29.1 C
Bhubaneswar
Monday, October 26, 2026
Homeଦେଶ ବିଦେଶରାହୁଲଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ

ରାହୁଲଙ୍କ କାରକେଡ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା । ସୋମବାର ରାହୁଲ ଗାନ୍ଧୀ ଲକ୍ଷ୍ନୌ ବିମାନବନ୍ଦରରୁ ସୁଲତାନପୁର ଯାଉଥିବା ସମୟରେ ହଲିଆପୁର ପୋଲିସ ଷ୍ଟେସନ ସୀମା ଅଧୀନରେ ଦୁର୍ଘଟଣା ଘଟିଥିଲା। କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।କାରକେଡରେ ବାହାରିଥିବା ରାହୁଲ ଗାନ୍ଧୀଙ୍କ ୫ଟି କନଭୟର ଗାଡି ଏବଂ ଗୋଟିଏ ଆମ୍ବୁଲାନ୍ସ ସହ ଧକ୍କା ହୋଇଥିଲା। ଫଳରେ କଂଗ୍ରେସ କର୍ମୀ ଏବଂ ସୁରକ୍ଷା କର୍ମୀଙ୍କ ସମେତ ଅନେକ ଆହତ ହୋଇଥିଲେ। କିନ୍ତୁ ରାହୁଲ ଗାନ୍ଧୀ ସୁରକ୍ଷିତ ଥିବା ଜଣାପଡିଛି। ସେ କୋର୍ଟ ଅଭିମୁଖେ ବାହାରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ତାଙ୍କର ମନ୍ତବ୍ୟକୁ ନେଇ ୨୦୧୮ ମସିହାରେ ହୋଇଥିବା ଏକ ଫୌଜଦାରୀ ମାନହାନି ମାମଲାର ରାୟ ପାଇଁ ସୁଲତାନପୁରର ଏକ ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟରେ ହାଜର ହେବା ପାଇଁ ଲୋକସଭାର ବିରୋଧୀ ଦଳ ନେତା ସୁଲତାନପୁର ଯାଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking