29.1 C
Bhubaneswar
Monday, October 26, 2026
Homeଦେଶ ବିଦେଶପଞ୍ଜାବରେ ଫୁଟିଲା ଗୁଳି: ଚାଲିଗଲା ୨ ଜୀବନ

ପଞ୍ଜାବରେ ଫୁଟିଲା ଗୁଳି: ଚାଲିଗଲା ୨ ଜୀବନ

ନୂଆଦିଲ୍ଲୀ: ପଞ୍ଜାବରେ ମେଗା ସହରରେ ଗୁଳିକାଣ୍ଡକୁ ନେଇ ଚାଞ୍ଚଲ୍ୟ । ଅଙ୍ଗଦପୁରା ଅଞ୍ଚଳରେ ଏକ କଳା ସ୍କର୍ପିଓ ଗାଡିରେ ଆସି ଦୁର୍ବୃତ୍ତମାନେ ଗୁଳିମାଡ କରିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଏହି ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ଗଗନ ଜିନ୍ଦଲ ଓ ସାହିଲ ଜିନ୍ଦଲ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କିଛି ଲୋକ ଘର ବାହାରେ ବସିଥିବା ସମୟରେ ହଠାତ ଏକ କଳା ସ୍କର୍ପିଓ ଗାଡିରେ ଆସିଥିଲେ ଆକ୍ରମଣକାରୀ । ଏହା ପରେ ସେମାନେ ଗୁଳିମାଡ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥି ଲେ । ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ , ଆକ୍ରମଣକାରୀ ପ୍ରାୟ ୧୫୦ରୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ସଂଖ୍ୟାକୁ ପୁଲିସ ନିଶ୍ଚିତ କରିନାହିଁ । ଖବର ପାଇ ମୋଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ସେଠାରୁ ତିନୋଟି ଖାଲି ଗୁଳି ଖୋକା ଜବତ କରିଥିବା ବେଳେ ଫରେନ୍ସିକ ଟିମ ପ୍ରମାଣ ସଂଗ୍ରହ କରିଛି । ତେବେ ଗୁଳିକାଣ୍ଡ ପଛର ପ୍ରକୃତ କାରଣ କଣ ଏବଂ ଏଥିଲେ କେଉଁମାନେ ସମ୍ପୃକ୍ତ , ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking