ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ନେଇ ଐତିହାସିକ ପଦକ୍ଷେପ। ଅଗ୍ନିପଥ ଯୋଜନା ଅଧୀନରେ ପ୍ରଥମ ବ୍ୟାଚ୍ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଚାରି ବର୍ଷର କାର୍ଯ୍ୟକାଳ ସମାପ୍ତ କରିବାକୁ ଯାଉଥିବାରୁ, ବୁଧବାର, ନଭେମ୍ବର ୪ ତାରିଖରେ କ୍ୟାବିନେଟ ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାର ଦୁଇ ବର୍ଷ ବୃଦ୍ଧି କରିଛନ୍ତି, ଯାହା ଫଳରେ ଅଗ୍ନିପଥ ଯୋଜନାରେ ସେମାନଙ୍କର କାର୍ଯ୍ୟକାଳକୁ ବର୍ତ୍ତମାନର ଚାରି ବର୍ଷରୁ ଛଅ ବର୍ଷକୁ ବୃଦ୍ଧି କରାଯାଇପାରିବ । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଏନଏସ ରାଜା ସୁବ୍ରମଣି ବୁଧବାର ଦିନ ଘୋଷଣା କରିଛନ୍ତି। ଅବ୍ୟାହତି ନେବାକୁ ଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କ କାର୍ଯ୍ୟକାଳ ୨ ବର୍ଷକୁ ବୃଦ୍ଧି କରାଯାଇଛି । ଅଗ୍ନିବୀରଙ୍କ କାର୍ଯ୍ୟ ଦକ୍ଷତା ଭଲ ରହିଛି । ଡିସେମ୍ବର ୩୧ ସୁଦ୍ଧା ୧୮, ୩୦୦ ଅଗ୍ନିବୀରଙ୍କ କାର୍ଯ୍ୟକାଳ ସରୁଛି ।










