ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ନିଖୋଜ ଥିବା ୧୨ ଜଣଙ୍କୁ ଖୋଜିବା ପାଇଁ ଆଜିଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତାରେ ନିଖୋଜଙ୍କ ସନ୍ଧାନ କରାଯିବ। ଏଥିପାଇଁ ଲାଇଫ୍ ଡିଟେକ୍ସନ ୟୁନିଟ୍, ଭାଇବ୍ରେସନ ଡିଟେକ୍ସନ ୟୁନିଟ୍ ଏବଂ ଭିକ୍ଟିମ୍ ଲୋକେସନ କ୍ୟାମେରାର ସହାୟତା ନିଆଯିବ ।ସ୍ୱତନ୍ତ୍ର ଯନ୍ତ୍ରପାତି ମାଧ୍ୟମରେ ନିଖୋଜ ଥିବା ଲୋକଙ୍କ ଅବସ୍ଥିତି ଠାବ କରିବାକୁ ଉଦ୍ୟମ କରାଯିବ। ଏହି ଅତ୍ୟାଧୁନିକ ଉପକରଣ ସହାୟତାରେ ଆଜିଠାରୁ ଖୋଜାଖୋଜି ପ୍ରକ୍ରିୟା ଆରମ୍ଭ ହେବ। ନିଖୋଜ ୧୨ ଜଣଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଟିମ୍ ସ୍ୱତନ୍ତ୍ର ଅଭିଯାନ ଚଳାଇବ।










