25.1 C
Bhubaneswar
Thursday, October 29, 2026
Homeଓଡିଶାବାତ୍ୟା ପ୍ରଭାବରେ ଗଞ୍ଜାମ ବେଶି ପ୍ରଭାବିତ

ବାତ୍ୟା ପ୍ରଭାବରେ ଗଞ୍ଜାମ ବେଶି ପ୍ରଭାବିତ

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୀଷଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଗଞ୍ଜାମର ୨୨ଟି ବ୍ଲକରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମର ପାତ୍ରପୁର ବ୍ଲକରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ହୋଇଛି । ଅତୀତର ରେକର୍ଡ ଭାଙ୍ଗିଛି ଗଞ୍ଜାମରେ ବର୍ଷା । ପୁରୁଷୋତ୍ତମପୁର ଠାରେ ଋଷିକୂଲ୍ୟା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ଗଞ୍ଜାମର ୨୨ ବ୍ଲକର ୨୦୮ ଗ୍ରାମ ପଞ୍ଚାୟତ, ୨୯୯ ଗାଁ ଏବଂ ୧୮ ସହରାଞ୍ଚଳ ପ୍ରଭାବିତ ହୋଇଛି । ୪୨ହଜାର ୫୦୦ ଲୋକ ପ୍ରଭାବିତ ହୋଇଛନ୍ତି । ୧୧ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ରାଜସ୍ଵ ମନ୍ତ୍ରୀ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଧରାକୋଟ ବ୍ଲକର ୨ଟି ଗାଁରେ ପାଣି ପଶିଛି । ସେଠାରେ ଛାତ ଉପରେ ଲୋକେ ଆଶ୍ରୟ ନେଇଛନ୍ତି । ସାନଖେମୁଣ୍ଡି, ଧରାକୋଟ, ପୁରୁଷୋତ୍ତମପୁରର ପାଣ୍ଡିଆ, ସୋରଡ଼ା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଲୋକେ ପାଣି ଘେରରେ ଅଛନ୍ତି । ବୋଟ ମାଧ୍ୟମରେ ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିବା କଷ୍ଟକର ହେଉଛି ।  ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ର ସରକାରଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗରେ ଅଛନ୍ତି । ଆକାଶରେ ଅଧିକ ବାଦଲ ପାଇଁ ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହେଉନାହିଁ । ପାଗରେ ସୁଧାର ଆସିଲେ ଆରମ୍ଭ ହେବ ଉଦ୍ଧାର କାର୍ଯ୍ୟ । ନାଭାଲର ସାହାଯ୍ୟ ନିଆଯିବ । ଏୟାରଫୋର୍ସର ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛୁ । ଗଞ୍ଜାମରେ ବର୍ତ୍ତମାନ ୫୨ଟି ODRAF ଅଛନ୍ତି, ୩୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ସେଠାକୁ ୧୬ରୁ ଅଧିକ ବୋଟ ପଠାଯାଇଛି । ୫ଟି ହାଇପାୱାର ପମ୍ପ ପାଣି ବାହାର ପାଇଁ ଗଞ୍ଜାମ ପଠାଯାଇଛି । ୨୫ଟି ବେସରକାରୀ ବୋଟ ଗଞ୍ଜାମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking