25.1 C
Bhubaneswar
Thursday, October 29, 2026
Homeଦେଶ ବିଦେଶଥରିଲା ଆଫଗାନିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଥରିଲା ଆଫଗାନିସ୍ତାନ: ରିକ୍ଟର ସ୍କେଲରେ ତୀବ୍ରତା ୪.୨

ଆଫଗାନିସ୍ତାନ: ପୁଣି ଥରିଲା ଆଫଗାନିସ୍ତାନ । ଗୁରୁବାର ସକାଳେ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ପକ୍ଷରୁ କୁହାଯାଇଛି ।ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର କୋପ ଦେଖିବାକୁ ମିଳିଛି । ଗୁରୁବାର ସକାଳେ ଲୋକେ ଶୋଇଥିବା ବେଳେ ହଠାତ୍ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକେ ଘର ଛାଡ଼ି ବାହାରକୁ ଚାଲି ଆସିଥିଲେ । ଭାରତୀୟ ସମୟ ୬ଟା ୩୯ ମିନିଟ୍ ରେ ଏହି ଭୂକମ୍ପ ଝଟକା ଲାଗିଥିବା କୁହାଯାଉଛି । ଏହାର କେନ୍ଦ୍ରସ୍ଥଳୀ ଫୈଜାବାଦରୁ ୯୨ କିମି ଦୂରରେ ରହିଛି । ଭୂପୃଷ୍ଠରୁ କେନ୍ଦ୍ରସ୍ଥଳୀର ଗଭୀରତା ୨୨୮ କିମି ବୋଲି ଜଣାପଡିଛି । ତେବେ ଝଟକା ଲାଗିବା ପରେ ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking