30.1 C
Bhubaneswar
Sunday, November 1, 2026
Homeଓଡିଶାଭୀଷଣ ବାତ୍ୟା ରୂପ ନେବ ‘ମୁରାସୁ’: ୩ରେ ଲ୍ୟାଣ୍ଡଫଲ୍‌!

ଭୀଷଣ ବାତ୍ୟା ରୂପ ନେବ ‘ମୁରାସୁ’: ୩ରେ ଲ୍ୟାଣ୍ଡଫଲ୍‌!

ଭୁବନେଶ୍ୱର:  ବଙ୍ଗୋପସାଗରରେ ଘନୀଭୂତ ହେଉଛି ସମ୍ଭାବ୍ୟ ବାତ୍ୟା ‘ମୁରାସୁ’। ଧୀରେ ଧୀରେ ଶକ୍ତି ବୃଦ୍ଧି କରୁଥିବା ଅବପାତ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି। ନଭେମ୍ବର ୩ ତାରିଖ ସକାଳେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଏହା ସ୍ଥଳଭାଗ ଛୁଇଁପାରେ। ନେଲ୍ଲୋର ଓ ନରସାପୁର ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩୦ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି ଅବପାତ। ବର୍ତ୍ତମାନ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି।

ପୂର୍ବାନୁମାନ ଅନୁଯାୟୀ, ଆଜି ମଧ୍ୟରାତ୍ରି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ପରେ ବାତ୍ୟାର ରୂପ ନେବା ସହ ଆସନ୍ତାକାଲି ସୁଦ୍ଧା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି।ନଭେମ୍ବର ୩ ତାରିଖ ଭୋର୍‌ ସମୟରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ। ପରେ ସକାଳେ ନେଲ୍ଲୋର-ନରସାପୁର ମଧ୍ୟରେ ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଅତିକ୍ରମ କରିପାରେ। ବାତ୍ୟାର ଗତିବିଧି ଉପରେ ନଜର ରଖିଛି ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking