30.1 C
Bhubaneswar
Sunday, November 1, 2026
Homeଓଡିଶାଋଷିକୁଲ୍ୟା ବନ୍ୟା ସ୍ଥିତିର ସମୀକ୍ଷା: କ୍ଷୟକ୍ଷତି ଅନୁଧ୍ୟାନ କଲେ ପ୍ରମୁଖ ଶାସନ ସଚିବ

ଋଷିକୁଲ୍ୟା ବନ୍ୟା ସ୍ଥିତିର ସମୀକ୍ଷା: କ୍ଷୟକ୍ଷତି ଅନୁଧ୍ୟାନ କଲେ ପ୍ରମୁଖ ଶାସନ ସଚିବ

ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ସ୍ଥିତିକୁ ନେଇ ତତ୍ପର ଜଳସମ୍ପଦ ବିଭାଗ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀର ଜଳସ୍ତର ଓ ବନ୍ୟା ସୁରକ୍ଷା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା । ତାଙ୍କ ସହ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରମୁଖ ଶାସନ ସଚିବ ଓ ଅଧିକାରୀଙ୍କ ଟିମ୍‌ ପୁରୁଷୋତ୍ତମପୁରସ୍ଥିତ ଋଷିକୁଲ୍ୟା ନଦୀର ଗେଜ୍‌ କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ନଦୀର ଜଳସ୍ତର ୧୫.୮୩୫ ମିଟର ଆର୍‌.ଏଲ୍‌. ରେକର୍ଡ କରାଯାଇଥିଲା, ଯାହା ନିର୍ଦ୍ଧାରିତ ଚେତାବନୀ ସ୍ତରଠାରୁ ସାମାନ୍ୟ ତଳେ ରହିଥିଲା । ଏହାପରେ ଟିମ୍‌ ହନୁମାନପାଲି ନିକଟସ୍ଥ ହିରାଧରାବତୀ ଆନିକଟ ପରିଦର୍ଶନ କରିଥିଲେ। ବାତ୍ୟାଜନିତ ବନ୍ୟାରେ ଧୋଇଯାଇଥିବା ବନ୍ୟା ସୁରକ୍ଷା ବନ୍ଧର ଅଂଶ ଏବଂ ମୁଖ୍ୟ କେନାଲର ଆଦ୍ୟଭାଗର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଏଥିସହ ହିରାଧରାବତୀ ଆନିକଟ, ଜାହ୍ନିବିଲି ଆନିକଟ, ମୁଖ୍ୟ କେନାଲ ଏବଂ ପାନୀୟ ଜଳ ଉତ୍ତୋଳନ କେନ୍ଦ୍ର ବୁଲି ଦେଖିବା ସହ ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking