29.1 C
Bhubaneswar
Wednesday, October 14, 2026
Homeଦେଶ ବିଦେଶବିଜେପି ଓ ଏନ୍‌ଡିଏ ୨୦୨୯ ଲୋକସଭା ନିର୍ବାଚନରେ ପୁଣି କ୍ଷମତାକୁ ଫେରିବ: ଅମିତ ଶାହ

ବିଜେପି ଓ ଏନ୍‌ଡିଏ ୨୦୨୯ ଲୋକସଭା ନିର୍ବାଚନରେ ପୁଣି କ୍ଷମତାକୁ ଫେରିବ: ଅମିତ ଶାହ

ନୂଆଦିଲ୍ଲୀ: ଗୁଜରାଟରେ ସ୍ଥାନୀୟ ନିର୍ବାଚନରେ ବିଜେପିର ବିଜୟ ପରେ ଏବେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ଫଳାଫଳକୁ ନେଇ ସିଧାସଳଖ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ଗୁଜରାଟରେ କ୍ରମାଗତ ନିର୍ବାଚନୀ ପରାଜୟ ପାଇଁ କଂଗ୍ରେସ କ’ଣ ଏବେ ଏସ୍‌ଆଇଆର୍‌କୁ ମଧ୍ୟ ଦାୟୀ କରିବ ବୋଲି ଶାହ ପ୍ରଶ୍ନ କରିଛନ୍ତି।

ଗୁଜରାଟଠାରୁ ଆରମ୍ଭ କରି ରାଜସ୍ଥାନ ଓ ତ୍ରିପୁରା ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନର ଫଳାଫଳ ଉଦାହରଣ ଦେଇ ସେ କଂଗ୍ରେସକୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଜନସାଧାରଣ ବାରମ୍ବାର ବିଜେପି ଓ ଏନ୍‌ଡିଏ ଉପରେ ଭରସା ପ୍ରକଟ କରିଥିବା ସେ ଦାବି କରିଛନ୍ତି। ୨୦୨୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ ବୋଲି ଶାହ ଆଶା ପ୍ରକାଶ କରିଛନ୍ତି। ଅର୍ଥାତ୍ ସ୍ଥାନୀୟ ନିର୍ବାଚନର ଫଳାଫଳ ପରେ ରାଜନୈତିକ ଲଢ଼େଇ ଏବେ ଏସ୍‌ଆଇଆର୍‌, ଅନୁପ୍ରବେଶ ଏବଂ ବିରୋଧୀ ଦଳର ରଣନୀତି ପର୍ଯ୍ୟନ୍ତ ପହଞ୍ଚିଛି।ଗୁଜରାଟର ନିର୍ବାଚନୀ ଫଳାଫଳକୁ ନେଇ ଅମିତ ଶାହ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ୧୯୮୫ ପରଠାରୁ କଂଗ୍ରେସ ଗୁଜରାଟରେ ବିଜୟ ହାସଲ କରିପାରିନାହିଁ ଏବଂ ୪୧ ବର୍ଷ ପରେ ମଧ୍ୟ ଦଳର ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ଏହି ପରାଜୟ ପାଇଁ ମଧ୍ୟ କ’ଣ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ ବା ଏସ୍‌ଆଇଆର୍‌କୁ ଦାୟୀ କରିବେ ବୋଲି ଶାହ ପ୍ରଶ୍ନ ଉଠାଇଛନ୍ତି।ଗାନ୍ଧୀନଗର ମହାନଗର ନିଗମରେ ବିଜେପି ୪୪ଟି ଆସନରୁ ୩୮ଟିରେ ବିଜୟ ହାସଲ କରିଛି। କଂଗ୍ରେସକୁ ୫ଟି ଆସନ ମିଳିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆମ୍ ଆଦମୀ ପାର୍ଟି ଏଠାରେ ଖାତା ଖୋଲିପାରିନାହିଁ।

ଅମିତ ଶାହଙ୍କ ଦାବି ଅନୁଯାୟୀ, ଗାନ୍ଧୀନଗରରେ ବିଜେପିର ଭୋଟ୍ ପ୍ରତିଶତ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଆପ୍‌ ୩୨ଟି ଆସନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସମସ୍ତ ଆସନରେ ଦଳର ପ୍ରାର୍ଥୀମାନେ ଅମାନତ ହରାଇ ହୋଇଛନ୍ତି। ଏହି ଫଳାଫଳ ବିରୋଧୀ ଦଳଗୁଡ଼ିକୁ ନିଜ ନିର୍ବାଚନୀ ରଣନୀତି ଉପରେ ପୁନର୍ବିଚାର କରିବାର ସଙ୍କେତ ଦେଉଛି ବୋଲି ଶାହ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking