ବଲାଙ୍ଗୀର: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍ ଟ୍ରାକ୍ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଲୋଇସିଂହା ଅଞ୍ଚଳର ତେନ୍ତୁଳିଖୁଣ୍ଟି ଗ୍ରାମର ସୁଦର୍ଶନ ପଟେଲ(୨୩) ବୋଲି ସୂଚନା ମିଳିଛି।ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଳ ଟ୍ରାକ୍ରୁ ମୃତଦେହ ଉଦ୍ଧାର କରିଛି। ମୃତଦେହକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବ୍ୟବଚ୍ଛେଦ ଗୃହରେ ରଖାଯାଇ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସେ ଏକ ବାଇକ୍ରେ ଆସି ଦେଓଗାଁ ଥାନା ଅଞ୍ଚଳରେ ରଖିଦେଇ ଟ୍ରେନ୍ ଟ୍ରାକ୍କୁ ଯାଇଥିବା ଅନୁମାନ କରାଯାଉଛି।










