22.1 C
Bhubaneswar
Friday, November 20, 2026
Homeଓଡିଶାନିଶାମୁକ୍ତ ଓଡ଼ିଶା ପାଇଁ ଆର୍‌ଏମ୍‌ସି ସମ୍ମୁଖରେ ଧାରଣା: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ନିବେଦନ

ନିଶାମୁକ୍ତ ଓଡ଼ିଶା ପାଇଁ ଆର୍‌ଏମ୍‌ସି ସମ୍ମୁଖରେ ଧାରଣା: ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ନିବେଦନ

ରାଉରକେଲା: ମାଦକମୁକ୍ତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ନିଜର ସଂଗ୍ରାମ ଜାରି ରଖିଛନ୍ତି ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ। ରାଜ୍ୟରେ ନିଶା କାରବାର ଉପରେ ରୋକ୍ ଲଗାଇବା ଏବଂ ଯୁବପିଢ଼ିଙ୍କୁ ନିଶାର କବଳରୁ ରକ୍ଷା କରିବା ଦାବିରେ ସେ ଧାରଣା ଜାରି ରଖିଛନ୍ତି। ଗତ ନଭେମ୍ବର ୬ ତାରିଖରୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କର ଏହି ଧାରଣା ଚାଲିଥିବା ବେଳେ ଇତିମଧ୍ୟରେ ୧୪ ଦିନ ବିତିଯାଇଛି। ତଥାପି ମାଦକମୁକ୍ତ ଓଡ଼ିଶା ଗଠନ ଦାବିରେ ସେ ନିଜର ଆନ୍ଦୋଳନରୁ ଓହରି ନାହାନ୍ତି। ଏହି ଅବସରରେ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରି ରାଜ୍ୟରେ ନିଶା କାରବାର ନିୟନ୍ତ୍ରଣ, ମାଦକଦ୍ରବ୍ୟର ପ୍ରସାର ରୋକିବା ଏବଂ ଯୁବପିଢ଼ିଙ୍କୁ ଏହାର କୁପ୍ରଭାବରୁ ଦୂରେଇ ରଖିବା ପାଇଁ ସରକାର ଗୁରୁତ୍ୱର ସହ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି।ତାଙ୍କ ମତରେ, ନିଶାମୁକ୍ତ ଓଡ଼ିଶା ଗଠନ କେବଳ ଘୋଷଣାରେ ସୀମିତ ନରହି ବାସ୍ତବ ରୂପ ନେବା ଆବଶ୍ୟକ। ଏବେ ତାଙ୍କର ଏହି ଦାବି ପ୍ରତି ରାଜ୍ୟ ସରକାର କେବେ ସଜାଗ ହେବେ ଏବଂ କେବେ ଠୋସ୍ ପଦକ୍ଷେପ ନେବେ, ତାହାକୁ ନେଇ ଅପେକ୍ଷା ରହିଛି।ମାଦକମୁକ୍ତ ଓଡ଼ିଶାର ଆହ୍ୱାନ ନେଇ ମୁକ୍ତିକାନ୍ତଙ୍କ ୧୪ ଦିନର ଧାରଣା ଏବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଅପେକ୍ଷାରେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking