34.1 C
Bhubaneswar
Saturday, October 3, 2026
Homeଓଡିଶାଡାକ୍ତରଖାନାରୁ ଫେରିବା ବେଳେ ରାସ୍ତାକଡ଼ରେ ଚାଲିଗଲା ଜୀବନ

ଡାକ୍ତରଖାନାରୁ ଫେରିବା ବେଳେ ରାସ୍ତାକଡ଼ରେ ଚାଲିଗଲା ଜୀବନ

ରାୟଗଡ଼ା: ଡାକ୍ତରଖାନାରୁ ଚିକିତ୍ସା ସାରି ଘରକୁ ଫେରୁଥିବା ବେଳେ ଅଧା ବାଟରେ ଚାଲିଗଲା ଜୀବନ । ରାୟଗଡ଼ା ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ ମାର୍ଥାଗୁଡ଼ା ଗାଁ ନିକଟ ରାସ୍ତାକଡ଼ରେ ଏହି ଅଭବନୀୟ ଘଟଣା ଘଟିଥିବା ସୂଚନା ମିଳିଛି ।ମୃତ ବ୍ୟକ୍ତି ଜଣକ ହେଲେ ଡି.ରାଣୀବନ୍ଧ ଗାଁର ବାସୀନ୍ଦା ବୁଦ୍ରୀ ଜାକାସିକା । କିଛିଦିନ ହେବ ବୁଦ୍ରୀ କାଶ ଓ ଜ୍ୱରରେ ପୀଡ଼ିତ ଥିବା ବେଳେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ଡାକ୍ତର ଦେଖାଇ ଘରକୁ ଫେରିବା ବେଳେ ମାର୍ଥାଗୁଡ଼ା ନିକଟରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଖବର ପାଇ ପରିବାର ଲୋକେ ପହଞ୍ଚି ମୃତଦେହ ଗାଁକୁ ଆଣି ସତ୍କାର କରିଥିଲେ । ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଚିକିତ୍ସା ପାଇଁ ଗ୍ରାମବାସୀଙ୍କୁ ଚାଲିଚାଲି ଯିବାକୁ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ବୁଦ୍ରୀ ଜାକାସିକା ମଧ୍ୟ କୌଣସି ଗାଡ଼ିମୋଟର ନପାଇ ଚାଲି ଚାଲି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏଥିପାଇଁ ଦାୟୀ କିଏ ଏବେ ଏହା ଉପରେ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking