34.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶଫାର୍ମା କାରଖାନାରେ ବଏଲର ବିସ୍ଫୋରଣ: ୫ ମୃତ

ଫାର୍ମା କାରଖାନାରେ ବଏଲର ବିସ୍ଫୋରଣ: ୫ ମୃତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲା ସତ୍ୟବେଡୁ ଅଞ୍ଚଳରେ ଥିବା ”ଶ୍ରୀ ସିଟି” ସ୍ବତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ସ୍ପେସାଲ୍ ଇକୋନୋମିକ୍ ଜୋନ୍) ର ଏକ ଔଷଧ ତିଆରି କାରଖାନାରେ ଶନିବାର ଭୋର ସମୟରେ ବଏଲର ଫାଟିଯାଇଛି। ଏହି ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣଟି ”ଟିଲ୍ ହେଲଥକେୟାର” ନାମକ ଟାବଲେଟ୍ ତିଆରି କରୁଥିବା କମ୍ପାନୀରେ ଘଟିଛି। ରାତି ଶିଫ୍ଟରେ ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍ ବଏଲରଟି ଫାଟିଯିବାରୁ କାରଖାନା ଭିତରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକ ଓ ପୁଲିସ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ଓ ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବଏଲରଟି କେଉଁ କାରଣରୁ ଫାଟିଲା, କୌଣସି ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନା ଅବହେଳା ଯୋଗୁଁ ଏପରି ହେଲା, ତାହାର ତଦନ୍ତ କରାଯାଉଛି ବୋଲି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ଆଇଟି ମନ୍ତ୍ରୀ ନାରା ଲୋକେଶ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ”ଏକ୍ସ” ରେ ପୋଷ୍ଟ କରି ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆହତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ସହ ସରକାର ପ୍ରଭାବିତ ପରିବାରଗୁଡ଼ିକୁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking