34.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶ୧୯ ରନ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

୧୯ ରନ୍‌ରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ଲଗାତାର ଦ୍ୱିତୀୟ ଥର ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରି ଭାରତ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି । ଫାଇନାଲରେ ଭାରତର ବ୍ୟାଟିଂ ଓ ପରେ ବୋଲରଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଚାମ୍ପିଅନ୍ କରିଛି । ଭାରତ ଦେଇଥିବା ୨୧୨ ରନ୍‌ର ଟାର୍ଗେଟ୍‌ର ପିଛା କରି ପାକିସ୍ତାନୀ ଦଳ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟ ହାସଲ କରିପାରିନଥିଲା। ପାକିସ୍ତାନ ପକ୍ଷରୁ ହସନ ନୱାଜ ଜବରଦସ୍ତ ବ୍ୟାଟିଂ କରି ୯୬ ରନ୍‌ର ଲଢ଼ୁଆ ଇନିଂସ ଖେଳିଥିଲେ । ଶେଷ ପର୍ଯ୍ୟନ୍ତ ସେ ଭାରତୀୟ ବୋଲରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking