32.1 C
Bhubaneswar
Wednesday, September 30, 2026
Homeଓଡିଶାଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ବକ୍ତୃତା ପ୍ରତିଯୋଗିତା

ଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘର ବକ୍ତୃତା ପ୍ରତିଯୋଗିତା

ରାୟଗଡ଼ା : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଗୁଣୁପୁର ବ୍ଲକ ଚିନାସାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ଉପରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଛି।ସଂଘର ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣୁପୁର ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ଗୁଣୁପୁର ଥାନା ଅଧିକାରୀ କମଳାକାନ୍ତ ବସନ୍ତ କହଁର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଓ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ।ବକ୍ତାମାନେ ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ବାର୍ତ୍ତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଘର ସହିତ ବିଦ୍ୟାଳୟ, ଗାଁ ଓ ପରିବେଶକୁ ପରିଷ୍କାର ରଖିବା, ଅଳିଆ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।ଏହି ପ୍ରତିଯୋଗିତାରେ ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କନିଷ୍ଠ ବିଭାଗରେ ସୁନୀଲ ଶବର ପ୍ରଥମ, ସରୋଜ ଶବର ଦ୍ୱିତୀୟ ଓ ଥାମାସ କେରେ ପୁଟିଙ୍ଗ ତୃତୀୟ ସ୍ଥାନ ହାସଲ କରିଥିଲେ। ବରିଷ୍ଠ ବିଭାଗରେ କବିତା ଦଣ୍ଡସେନା ପ୍ରଥମ, ମହେନ୍ଦ୍ର ଶବର ଦ୍ୱିତୀୟ ଓ ସମୀର ଶବର ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଜୟୀ ପ୍ରତିଯୋଗୀଙ୍କୁ ଅତିଥିମାନେ ମାନପତ୍ର ଓ ସିଲ୍‌ ପ୍ରଦାନ କରି ସମ୍ମାନିତ କରିଥିବା ବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ସଂଘର ସଭାପତି ଦୟାନନ୍ଦ ଖାଡ଼ଙ୍ଗା କହିଥିଲେ ଯେ, ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପ୍ରତି ସାମ୍ବାଦିକ ସମାଜର ମଧ୍ୟ ଦାୟିତ୍ୱ ରହିଛି। ଏଥିପାଇଁ ସଂଘ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବ।କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସନ୍ତୋଷ ଲମତା, ସମ୍ପାଦକ ମନୋଜ କୁମାର ସାହୁ, ବିଭୁ ପ୍ରସାଦ ଶତପଥୀ, ଘାସିରାମ ରଥ ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking