ସୋର : ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ବାଲେଶ୍ବର ସୋରରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ। ୧୬ ନମ୍ବର ଜାତୀୟ ରାଜପଥରେ ପ୍ରତିବାଦ କରାଯାଉଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀ ମାନେ ସମସ୍ୟାରେ ପଡ଼ିଛନ୍ତି।ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ୧୨ ଘଣ୍ଟିଆ ବନ୍ଦ । NH-16ରେ ଅଖ ଚକ ବନ୍ଦ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳର ୧୬ ନମ୍ବର ଜାତୀୟ ରାଜପଥରେ ଅଖ ଚକ ବନ୍ଦ। ସକାଳ ୬ଟାରୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା। ବନ୍ଦ ଯୋଗୁଁ NH-16ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ରାସ୍ତା ଉପରେ ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଗାଡ଼ି ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେବେ ଆମ୍ବୁଲାନ୍ସ ଏବଂ ମେଡିକାଲ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ବନ୍ଦରୁ ବାଦ୍ ଦିଆଯାଉଛି। ସରକାରଙ୍କ ପକ୍ଷରୁ ବହି ବିଭ୍ରାଟକୁ ନେଇ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା କୁହାଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଅନ୍ୟପଟେ ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଅନେକ ଲୋକ ହଇରାଣ ହରକତ ହେଉଛନ୍ତି।










