33.1 C
Bhubaneswar
Monday, September 28, 2026
Homeଦେଶ ବିଦେଶ୨୫୦ ଫୁଟ ଗଭୀର ବୋରୱେଲରେ ପଡି ତିନି ବର୍ଷ ଝିଅର ମୃତ୍ୟୁ

୨୫୦ ଫୁଟ ଗଭୀର ବୋରୱେଲରେ ପଡି ତିନି ବର୍ଷ ଝିଅର ମୃତ୍ୟୁ

ନୂଆଦିଲ୍ଲୀ: ବୋରୱେଲରେ ପଡି ତିନି ବର୍ଷ ଝିଅର ମୃତ୍ୟୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ହରିୟାଣାର ଫରିଦାବାଦର ସିଂହି ଗାଁରେ ଘଟିଛି । ସେଠାକାର ଅଧିକାରୀଙ୍କ କହିବା ଅନୁସାରେ ରବିବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଝିଅଟି ଖେଳୁଥିବା ବେଳେ ୨୫୦ ଫୁଟ ଗଭୀର ବୋରୱେଲରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।ମୃତ ଝିଅଟି ହେଉଛନ୍ତି ନେହା । ସୂଚନା ଅନୁସାରେ ନେହା ତାଙ୍କ ସାଙ୍ଗସାଥୀଙ୍କ ସହ ଖେଳୁଥିବା ବେଳେ ପାଖରେ ଥିବା ଏକ ଟ୍ରାକ୍ଟର ଉପରେ ଚଢିବାକୁ ଯାଇ ଗୋଡ ଖସିଯିବା ଫଳରେ ୨୫୦ ଫୁଟ ଗଭୀର ବୋରୱେଲରେ ପଡିଯାଇଥିଲେ । ସୂଚନା ପାଇବା ପରେ ପୋଲିସ, ଏନଡିଆରଏଫ , ଏସଡିଆରଏଫ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ଧାର ଥିବା ଯୋଗୁଁ ଉଦ୍ଧାର କରିବାରେ ବାଧାପ୍ରାପ୍ତ ହେଉଥଲା । ବୋରୱେଲର ଚାରିପାଖରେ ଲାଇଟର ବ୍ୟବସ୍ଥା କରାଯାଇଥିଲା ଏବଂ ପରିସ୍ଥିତି ଉପରେ ନଜର ରଖିବା ପାଇଁ କ୍ୟାମେରା ଲଗାଯାଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର ବାହିନୀ ଦଳ ନେହାଙ୍କ କାନ୍ଦ ଶୁଣିବାକୁ ପାଇଥିଲେ । କିନ୍ତୁ କିଛି ସମୟ ପରେ ଏହା ବନ୍ଦ ହୋଇଯାଇଥିଲା। ଦୀର୍ଘ ୧୦ ଘଣ୍ଟାର ଚେଷ୍ଟା ପରେ ସୋମବାର ସକାଳ ୪ଟାରେ ନେହାଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳେ ନେହାଙ୍କ ଶରୀର କିଛି କାମ କରୁନଥିଲା । ପ୍ରଥମେ ନେହାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଗୃହକୁ ପଠାଯାଇଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking