26.1 C
Bhubaneswar
Wednesday, September 23, 2026
Homeଓଡିଶାସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୃପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପଛପଟୁ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ଉଭୟେ ବାଇକ୍‌ରେ ସ୍କୁଲ ଯାଉଥିବା ବେଳେ ପଛପଟୁ ଆସିଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ପରେ ଉଭୟେ ଟ୍ରକ୍ ତଳେ ପଡ଼ିଯାଇଥିଲେ । ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ କେନ୍ଦୁଝର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଫେରାର ଟ୍ରକ୍‌କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରାଥମିକ ତଦନ୍ତରୁ ମୃତକ ଦୁଇଜଣ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି । ସେମାନେ ହେଲେ କାହ୍ନୁ ଚରଣ ମହାନ୍ତ ଓ ରଜନୀ ମହାନ୍ତ । ଉଭୟେ କେନ୍ଦୁଝର ସହରରେ ରହୁଥିଲେ ଏବଂ ରାଇସୁଆ ଶିଶୁ ମନ୍ଦିର ସ୍କୁଲରେ ଶିକ୍ଷକତା କରୁଥିଲେ । ଆଜି ସକାଳେ ସ୍କୁଲ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking