31.1 C
Bhubaneswar
Friday, September 4, 2026
Homeଓଡିଶାପାରିବାରିକ କଳହରୁ କୀଟନାଶକ ପିଇଲେ ଦମ୍ପତି

ପାରିବାରିକ କଳହରୁ କୀଟନାଶକ ପିଇଲେ ଦମ୍ପତି

ଢେଙ୍କାନାଳ: ପାରିବାରିକ କଳହ ନେଲା ଦୁଇ ଜୀବନ । ଦମ୍ପତିଙ୍କ ମଧ୍ୟରେ କଳହରୁ କରୁଣପରିଣତି ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଷଳ ପଞ୍ଚାୟତରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।ସୂଚନା ଅନୁଯାୟୀ, ଅସୁରବନ୍ଧ ଗ୍ରାମ ନିବାସୀ ହୀରା ମଲ୍ଲିକ ଏଵଂ ବୈରାଗୀ ମଲ୍ଲିକଙ୍କ ବଡ଼ ପୁଅ ଚଗଲି ମଲ୍ଲିକ ଏଵଂ ଗୁଣ୍ଡୁଚି ମଲ୍ଲିକ କୀଟନାଶକ ପିଇ ଜୀବନ ହାରିବା ଉଦ୍ୟମ କରିଥିଲେ । ସୂଚନାରୁ ଜଣାପଡ଼ିଛି ଆଜି ସକାଳ ଘରେ କେହି ନଥିବା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିବା ବେଳେ ଉତ୍‌କ୍ଷିପ୍ତ ହୋଇ ଚଗଲି ପ୍ରଥମେ ଘରେ ଥିବା କୀଟନାଶକକୁ ଖାଇ ଦେଇଥିଲେ । ଏହାକୁ ଦେଖି ପତ୍ନୀ ବୈରାଗୀ ମଧ୍ୟ କୀଟନାଶକ ପିଇଥିଲେ । ଘରେ ପହଞ୍ଚି ସ୍ୱାମୀ-ସ୍ତ୍ରୀ ଅଚେତ୍‌ ହୋଇ ପଡ଼ିଥିଲେ । ଏହା ଦେଖି ମା’ ହୀରା ସାହି ପଡିଶାଙ୍କୁ ଡାକି ସଙ୍ଗେ ସଙ୍ଗେ ଉଭୟଙ୍କୁ ଭୁବନ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କର ଦୁଇଟି ଛୋଟ ଛୋଟ  ଝିଅ ଏଵଂ ଗୋଟିଏ ପୁଅ ଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking