29.1 C
Bhubaneswar
Monday, August 24, 2026
Homeଓଡିଶାବିଷାକ୍ତ ଇଞ୍ଜେକ୍ସନ ନେଇ ଯୁବକଙ୍କ ମୃତ୍ୟୁ !

ବିଷାକ୍ତ ଇଞ୍ଜେକ୍ସନ ନେଇ ଯୁବକଙ୍କ ମୃତ୍ୟୁ !

ପୁରୀ: ବିଷାକ୍ତ ଇଞ୍ଜେକ୍ସନ ନେଇ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତକ ହେଉଛନ୍ତି ୨୪ ବର୍ଷୀୟ ସୂର୍ଯ୍ୟକାନ୍ତ ସାହୁ । ତାଙ୍କ ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂର୍ଯ୍ୟକାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଲାବୋରେଟୋରି ଟେକ୍ନିସିଆନ୍ ଭାବେ କାମ କରୁଥିଲେ । ଏଥିପାଇଁ ସେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ରହସ୍ୟ ଘନେଇଛି । ତଦନ୍ତ ବେଳେ ମୃତକଙ୍କ ପକେଟରୁ ଏକ ଇଞ୍ଜେକ୍ସନ୍‌ ମିଳିଥିବା ଜଣାପଡ଼ିଛି ।ଏହାକୁ ଆଧାର କରି ସେ ନିଜେ କୌଣସି ବିଷାକ୍ତ ଇଞ୍ଜେକ୍ସନ୍‌ ନେଇଥିଲେ କି, ତାହାକୁ ନେଇ ପୁଲିସ ସନ୍ଦେହ କରୁଛି । ସେପଟେ ଘଟଣାକୁ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂର୍ଯ୍ୟକାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ତେବେ ଇଞ୍ଜେକ୍ସନ୍‌ ନେବା ଯୋଗୁଁ ହିଁ ତାଙ୍କ ମୃତ୍ୟୁ ହୋଇଛି କି, ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି, ସେନେଇ ଏବେ ତଦନ୍ତ ଜାରି ରହିଛି । ପରିବାର ଲୋକଙ୍କୁ ପଚରାଉଚରା ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking