ମୟୁରଭଞ୍ଜ: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚୁଆପାଣି ଗ୍ରାପ ଛଣୁଆ ଗ୍ରାମ ବଡ଼ସାହିର ବୀରଭଦ୍ର ମହାନ୍ତ (୫୨) ଓ ତାଙ୍କ ସ୍ତ୍ରୀ ହେମଲତା ମହାନ୍ତ ଗତ ରାତିରେ ଖାଇପିଇ ଶୋଇଥିଲେ । ତେବେ ରାତି ପ୍ରାୟ ୩ଟା ସମୟରେ ପଡ଼ୋଶୀ ଘରର କାନ୍ଥ ଭୁଶୁଡ଼ିବା ପରେ ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା । ଫଳରେ ଦୁଇଟି କାନ୍ଥ ଉଭୟ ଦମ୍ପତିଙ୍କ ଉପରେ ଜାକି ହୋଇଯାଇଥିଲା। ଉଭୟଙ୍କୁ ଜେସିବି ସାହାଯ୍ୟରେ ଉଦ୍ଧାର କରି ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ହେମଲତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ବାଦାମପାହାଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଏଭଳି କାନ୍ଥ ବିଭିନ୍ନ ସ୍ଥାନରେ ଭୁଶୁଡ଼ିଥିବା ଅନୁମାନ କରାଯାଉଛି ।










