31.1 C
Bhubaneswar
Wednesday, August 12, 2026
Homeଓଡିଶାଆଜି ଶ୍ରୀଜିଉଙ୍କ ଚିତାଲାଗି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଶ୍ରୀଜିଉଙ୍କ ଚିତାଲାଗି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଠାରେ ଲାଗି ହେବ ଚିତା । ପ୍ରଥମ ଭୋଗମଣ୍ଡପ ଶେଷପରେ ଅନୁଷ୍ଠିତ ହେବ ନୀତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଏହି ୫ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଚତୁର୍ଦ୍ଧାମୂରତି ଦର୍ଶନ । ଦାରୁଦିଅଁଙ୍କୁ ଦଇତା ପତି ସେବକମାନେ ରତ୍ନଚିତା ଲାଗି କରାଇବେ । ଏହା ଏକ ଗୁପ୍ତ ନୀତି । ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଦାରୁ ବିଗ୍ରହମାନେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳ ସ୍ନାନ କରି ଜ୍ୱରାକ୍ରାନ୍ତ ହୋଇ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ସମୟରେ ଶ୍ରୀଜିଉ ମାନଙ୍କଠାରୁ ରତ୍ନଚିତା ଓଲାଗି କରାଯାଏ । ରଥରେ ମହାପ୍ରଭୁ ସେଲରେ ପ୍ରସ୍ତୁତ ଚିତା ଲାଗି ହୋଇଥିଲେ । ପରମ୍ପରା ମୁତାବକ , ଆଜି ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ । ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରା ଖଚିତ ସୁବର୍ଣ୍ଣ ଚିତା, ପ୍ରଭୁ , ବଳଭଦ୍ର ମାଣିକ୍ୟ ଏବଂ ଦେବୀ ସୁଭଦ୍ରା ଲୀଳା ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking