30 C
Bhubaneswar
Wednesday, July 22, 2026
Homeଓଡିଶାସୌମ୍ୟରଞ୍ଜନଙ୍କୁ ହତ୍ୟା: ଆସିଲା ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ସୌମ୍ୟରଞ୍ଜନଙ୍କୁ ହତ୍ୟା: ଆସିଲା ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ଆସିଲା ସୌମ୍ୟଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ। ଓମ୍‌ ସତ କହିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହି ଘଟଣାରେ ୫/୬ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ଚାର୍ଜଶିଟ୍‌ ଦାଖଲ ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଫେରାର ଅଭିଯୁକ୍ତଙ୍କ ବିରୋଧରେ ଓ୍ବାରେଣ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି କହିଛି।ସୂଚନାଯୋଗ୍ୟ, ଗତ ମେ’ ୭ରେ ଅପରାହ୍ନ ପ୍ରାୟ ୨ଟାରେ ୨ ଯୁବତୀ ସ୍କୁଟି ଯୋଗେ ଭିଙ୍ଗାରପୁର ଯାଉଥିଲେ। ଏହି ସମୟରେ ସୌମ୍ୟରଞ୍ଜନ ଏବଂ ତାଙ୍କ ସହଯୋଗୀ ଓମ୍‌ପ୍ରକାଶ ମହାନ୍ତି ବାଇକ୍‌ରେ ସମାନ ଦିଗରେ ଯାଉଥିଲେ। ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଯୁବତୀଙ୍କୁ ଏକଲା ଦେଖି ସୌମ୍ୟରଞ୍ଜନ ଗାଡ଼ିକୁ ଦ୍ରୁତ ଗତିରେ ଚଳାଇ ଯିବା ସହ ଯୁବତୀଙ୍କୁ ସାଇଡ୍‌ ମାରିଥିଲେ। ପରେ ସେମାନେ ପୁଣି ଗାଡ଼ି ବୁଲାଇ ପଛକୁ ଆସି ଯୁବତୀଙ୍କ ସ୍କୁଟିକୁ ଧକ୍କା କରିଥିଲେ। ୨ଯୁବତୀ ତଳେ ପଡ଼ିଯିବା ପରେ ସେମାନେ ଯୁବତୀଙ୍କୁ ଅସଦାଚରଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking