ନୂଆଦିଲ୍ଲୀ : ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ। ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିବାଦ ଯୋଗୁଁଁ ଦିଲ୍ଲୀ ମେଟ୍ରୋ ଏକ ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା ଦୃଷ୍ଟିରୁ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି ଏବଂ ଯାତ୍ରୀ ପରିବହନକୁ ସ୍ଥଗିତ ରଖାଯାଇଛି।ଜନ୍ତର ମନ୍ତରରେ କକରୋଚ୍ ଜନତା ପାର୍ଟିର ପ୍ରତିବାଦ ଯୋଗୁଁଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ରାଜଧାନୀରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ଅଧୀନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ୧୬ଟି ପ୍ରମୁଖ ଦିଲ୍ଲୀ ମେଟ୍ରୋ ଷ୍ଟେସନକୁ ଯାତ୍ରୀମାନଙ୍କ ପାଇଁ ବନ୍ଦ କରାଯାଇଛି।










