30 C
Bhubaneswar
Monday, July 6, 2026
Homeଓଡିଶାପୁଣି ବଙ୍ଗୋପସାଗରରେ ଲଘୁଚାପ! ୧୫ରେ ଘୂର୍ଣ୍ଣିବଳୟ

ପୁଣି ବଙ୍ଗୋପସାଗରରେ ଲଘୁଚାପ! ୧୫ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଅବପାତ ପ୍ରଭାବରେ ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଥିଲା । ତେବେ ଆଜିଠାରୁ ଅବପାତ ଦୁର୍ବଳ ହେବା ସହ ବର୍ଷାର ପରିମାଣ ଧୀରେ ଧୀରେ କମିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି କିନ୍ତୁ ବର୍ଷାରୁ ଏହି ଆଶ୍ୱସ୍ତି ବେଶି ଦିନ ରହିବ ନାହିଁ । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୧୫ ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ୧୯ ତାରିଖ ଆଡ଼କୁ ଏକ ଲଘୁଚାପର ରୂପ ନେଇପାରେ । ଯଦି ଏହି ପାଣିପାଗ ବ୍ୟବସ୍ଥା ସୃଷ୍ଟି ହୁଏ, ତେବେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିପାରେ । ତେବେ ଲଘୁଚାପର ଗତିପଥ, ତୀବ୍ରତା ଓ ଏହାର ପ୍ରଭାବ ସମ୍ପର୍କରେ ଏବେଠାରୁ ସ୍ପଷ୍ଟ କହିହେବ ନାହିଁ । ପରିସ୍ଥିତି ଉପରେ ପାଣିପାଗ ବିଭାଗ କ୍ରମାଗତ ନଜର ରଖିଛି ଏବଂ ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ସତର୍କ ସୂଚନା ଜାରି କରାଯିବ । ବର୍ତ୍ତମାନ ପାଇଁ ବର୍ଷାର ପ୍ରକୋପ କମିବାରୁ କିଛିଟା ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଆସନ୍ତା ସପ୍ତାହରେ ସମ୍ଭାବ୍ୟ ଲଘୁଚାପକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ବିଶେଷ କରି ଚାଷୀ ଓ ନଦୀକୂଳିଆ ଅଞ୍ଚଳର ଲୋକମାନେ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking