31.3 C
Bhubaneswar
Wednesday, July 1, 2026
Homeଓଡିଶାଓମ୍‌ସା ଡାକ୍ତର ଆନ୍ଦୋଳନରେ: ଡିଏମଏଫ ଡାକ୍ତର କରୁଛନ୍ତି ରୋଗୀ ସେବା

ଓମ୍‌ସା ଡାକ୍ତର ଆନ୍ଦୋଳନରେ: ଡିଏମଏଫ ଡାକ୍ତର କରୁଛନ୍ତି ରୋଗୀ ସେବା

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଓମସା ଡାକ୍ତର ବିଭିନ୍ନ ଦାବି ନେଇ ରୋଗୀ ସେବାକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଥିବା ବେଳେ ସୁନ୍ଦରଗଡରେ ଜିଲ୍ଲା ପ୍ରଶାସନ ଡିଏମଏଫ ପାଣ୍ଠିରୁ ନିଯୁକ୍ତ ହୋଇଥିବା ଡାକ୍ତରଙ୍କୁ ନେଇ ଆରମ୍ଭ କରିଛି ରୋଗୀ ସେବା । ବହିର୍ବିଭାଗ ହେଉକି, ଜରୁରୀ ସବୁଠାରେ ଆଜି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଡିଏମଏଫ ଡାକ୍ତରମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହିତ ଜରୁରୀକାଳୀନ ସ୍ଥିତିକୁ ସମ୍ଭାଳିଛନ୍ତି । ଅନ୍ୟପଟେ ଆଜି ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆସିଥିବା ଭିନ୍ନକ୍ଷମ ଓ ସେମାନଙ୍କ ପରିବାର ନାହିଁ ନଥିବା ହୀନସ୍ତା ଭୋଗିଛନ୍ତି । ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକ ବହୁତ କଷ୍ଟରେ ଏହି ଭିନ୍ନକ୍ଷମମାନଙ୍କୁ ନେଇକି ଆସିଥିଲେ । ଭିନ୍ନକ୍ଷମ ସାର୍ଟିଫିକେଟର ଯାଞ୍ଚ ପରୀକ୍ଷା ପାଇଁ , ହେଲେ ଆଜି ଡାକ୍ତରମାନେ ଆନ୍ଦୋଳନ ରେ ଥିବା ଯୋଗୁଁ ଏହି ବୋର୍ଡରେ ଡାକ୍ତରମାନେ ଆସିନଥିଲେ ଆଉ ଏହି ଗରିବ ଲୋକ ନିଜ ଭିନ୍ନକ୍ଷମ ପରିବାର ବର୍ଗକୁ ସାଥିରେ ଆଣି ନିରାଶ ହୋଇ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking