38.7 C
Bhubaneswar
Thursday, June 18, 2026
Homeଦେଶ ବିଦେଶଆମେରିକା-ଇରାନ ମଧ୍ୟରେ ଶାକ୍ତି ଚୁକ୍ତି ସ୍ବାକ୍ଷର !

ଆମେରିକା-ଇରାନ ମଧ୍ୟରେ ଶାକ୍ତି ଚୁକ୍ତି ସ୍ବାକ୍ଷର !

ନୂଆଦିଲ୍ଲୀ:  ଆମେରିକା-ଇରାନ ମଧ୍ୟରେ ଶାକ୍ତି ଚୁକ୍ତି ସ୍ବାକ୍ଷର । ଉଭୟ ପକ୍ଷ ମଧ୍ୟରେ ଡିଜିଟାଲ ଚୁକ୍ତି ସ୍ୱାକ୍ଷର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଇରାନ୍ ରାଷ୍ଟ୍ରପତି ୧୪ ସୁତ୍ରୀ ଏମଓୟୁ । ଚୁକ୍ତିରେ ରହିଛି ଦୁଇ ଦେଶ ମଧ୍ୟରେ ଶତ୍ରୁତା ସମାପ୍ତ, ହର୍ମୁଜ୍ ପ୍ରଣାଳୀ ମୁକ୍ତ, ଇରାନ ଉପରେ ନିଷେଧାଜ୍ଞା ହଟାଇବା, ଇରାନ ପରମାଣୁ ଅସ୍ତ୍ର ନ ନିର୍ମାଣ କରିବା । ଟ୍ରମ୍ପ୍ ବୁଧବାର ପ୍ୟାରିସରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ବୈଠକ ବେଳେ ଏହି ଏମ୍.ଓ.ୟୁ. ସ୍ୱାକ୍ଷର କରିଛନ୍ତି । ଇରାନ୍ ରାଷ୍ଟ୍ରପତି ପେଜେଶ୍କିୟାନ୍ ମଧ୍ୟ ଡକ୍ୟୁମେଣ୍ଟ୍ ସ୍ୱାକ୍ଷର କରିଥିଲେ ।ଉଭୟ ପକ୍ଷ ସ୍ୱାକ୍ଷର କରିବା ପରେ ତୁରନ୍ତ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଛି ବୋଲି ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହା ପ୍ରାୟ ତିନି  ମାସ ଧରି ଚାଲିଥିବା ଉତ୍ତେଜନା ଏବଂ ଇରାନ୍, ଇସ୍ରାଏଲ୍ ଓ ଯୁକ୍ତରାଷ୍ଟ୍ର ସମ୍ପୃକ୍ତ ସୈନ୍ୟ ସଂଘର୍ଷ ପରେ ଉତ୍ତେଜନା କମାଇବା ଦିଗରେ ଏକ ବଡ଼ ପଦକ୍ଷେପ ଅଟେ । ପ୍ୟାରିସ୍ ଗସ୍ତ ବେଳେ ସାମ୍ବାଦିକଙ୍କୁ ଟ୍ରମ୍ପ୍ କହିଛନ୍ତି, ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏକ ବରିଷ୍ଠ ଆମେରିକୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଏହି ଚୁକ୍ତି ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲିବା, ଇରାନ୍ର ସମୃଦ୍ଧ ଇଉରାନିୟମ୍ ଷ୍ଟକ୍ ନିଷ୍ପତ୍ତି ଏବଂ ଆର୍ଥିକ ସହଯୋଗ ପାଇଁ ଏକ ପଥ ପ୍ରସ୍ତୁତ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking