ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆବଶ୍ୟକ ପଦକ୍ଷେପ ନିଆଯିବ । ଗୁରୁତର ସହ ସରକାର ବିଚାର କରୁଛନ୍ତି, ଆବଶ୍ୟକ ପଦକ୍ଷେପ ନେବୁ । ମହାପ୍ରଭୁଙ୍କ ପ୍ରତିଟି ପର୍ବପର୍ବାଣୀର ସ୍ୱତନ୍ତ୍ରତା ରହିଛି । କିନ୍ତୁ କିଛି ସନାତନ ବିରୋଧୀ ପରମ୍ପରା, ରୀତିନୀତି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଅନ୍ତର୍ଜାତୀୟ ସଂସ୍ଥା ଇସ୍କନ ଏଭଳି ବିଧର୍ମ କାର୍ଯ୍ୟ କରି ଆସୁଛି ।ଯେଉଁ ସମୟରେ ଯାହା ପାଳନ କରିବା କଥା ତାର ବ୍ୟତିକ୍ରମ କରୁଛନ୍ତି । ଗଜପତି ମହାରାଜା ନିଜେ ଉଦବେଗ ଜଣାଇଛନ୍ତି । ଶଙ୍କରାଚାର୍ଯ୍ୟ ମଧ୍ୟ ବିଭିନ୍ନ ସମୟରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆମେ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ନେବୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।










