39.6 C
Bhubaneswar
Saturday, June 13, 2026
Homeଓଡିଶାରାଜ୍ୟସଭା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ କଲେ ଦେବାଶିଷ

ରାଜ୍ୟସଭା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ କଲେ ଦେବାଶିଷ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ କଲେ ଦେବାଶିଷ ସାମନ୍ତରାୟ । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଦେବାଶିଷ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ । ଯଦିଓ ବିରୋଧୀ ଦଳରୁ କେହି ପ୍ରାର୍ଥୀ ଘୋଷଣା କରନ୍ତି, ତାହା ଏଯାଏ ଜଣାପଡିନାହିଁ । ହାତରେ ଆଉ କମ ସମୟ ମଧ୍ୟ ରହିଛି । ଯଦି କେହି ପ୍ରାର୍ଥୀ ନ ଭରିବେ ନାମାଙ୍କନ ତେବେ ଦେବାଶିଷ ଜିତିବା ସୁନିଶ୍ଚିତ । ସୂଚନାଥାଉକି, ଗତକାଲି ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜେପି ଦେବାଶିଷଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ପୂର୍ବରୁ ଦେବାଶିଷ ପ୍ରଥମେ ବିଜେଡି ଓ ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ସେ ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଥିଲେ । ଶ୍ରୀ ସାମନ୍ତରାୟ ଇସ୍ତଫା ଦେବା ପରେ ତାଙ୍କ ଆସନ ଖାଲି ରହିଛି । ରାଜ୍ୟସଭା ଉପ ନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ, ଜୁନ ୧୮ରେ ରାଜ୍ୟସଭା ନିର୍ବାଚନ ଲାଗି ମତଦାନ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ ୮ ରହିଛି ।୧୦ ରାଜ୍ୟର ୨୪ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking