34.1 C
Bhubaneswar
Thursday, May 28, 2026
Homeଓଡିଶାବିବାହିତ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

ବିବାହିତ ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

କୋରାପୁଟ: ବିବାହିତ ନାବାଳିକାର ସନ୍ଦେହଜନକ ମୃତ୍ୟୁ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ଗାଁର ଜଣେ ୧୩ ବର୍ଷ ବୟସର ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡି ନଥିବା ବେଳେ ବନ୍ଧୁଗାଁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ଗତବର୍ଷ ଗାଁର ଜଣେ ବିବାହିତ ପୁରୁଷ ସେହି ଗାଁର ଜଣେ ୧୩ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ । ବିବାହ ସମୟରେ ପ୍ରଶାସନ ତରଫରୁ ସିଡିପିଓ ଗାଁରେ ପହଞ୍ଚି ବିବାହକୁ ରୋକିବା ସହ ଝିଅକୁ ୧୮ ବର୍ଷ ନହେବା ଯାଏଁ ବାହା ହୋଇପାରିବ ନାହଇଁ ବୋଲି ତାଗିଦ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ କିନ୍ତୁ ସେହି ବିବାହିତ ପୁରୁଷ ନାବାଳିକାକୁ ନେଇ ଅନ୍ୟତ୍ର ରହୁଥିଲେ । ଗତକାଲି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ପରେ ନାବାଳିକା ଝିଅର ମୃତ୍ୟୁ ହୋଇଥିଲା । ପୁଅ ଘର ଲୋକେ ତରବରିଆ ଭାବେ ନାବାଳିକାର ଶବକୁ ଶ୍ମଶାନରେ ପୋଡି ଦେଉଥିବା ବେଳେ ବନ୍ଧୁଗାଁ ପୋଲିସ ଖବର ପାଇ ଶ୍ମଶାନରେ ପହଞ୍ଚିବା ଦେଖି ଛତ୍ରଭଙ୍ଗ ଦେଇଥିଲେ ଗ୍ରାମବାସୀ । ବର୍ତ୍ତମାନ ସେହି ଗାଁର ପୁରୁଷମାନେ ଫେରାର ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ମାବାଳିକାର ପରିବାର ଲୋକେ ଝିଅର ମୃତ୍ୟୁର କାରଣ ବାହାର କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking