30.1 C
Bhubaneswar
Thursday, May 21, 2026
Homeଓଡିଶାକାଶୀପୁର ବ୍ଲକରେ ବାହାର ସଙ୍ଘଠନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

କାଶୀପୁର ବ୍ଲକରେ ବାହାର ସଙ୍ଘଠନକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ସିଜିମାଳି ଅଞ୍ଚଳରେ ବାହାର ଜିଲ୍ଲା ଓ ରାଜ୍ୟର Ngo ଏବଂ ଅନ୍ୟ୍ୟାନ୍ୟ ସଙ୍ଘଠନ ଦ୍ୱାରା ପଦଯାତ୍ରା ବାହାନାରେ ସ୍ଥାନୀୟ ଲୋକଙ୍କୁ ଉସକାଇ ହିଂସା ସୃଷ୍ଟି କରିବା ପ୍ରୟାସ କୁ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି କାଶୀପୁର ଅଞ୍ଚଳବାସୀ । ଆଜି କାଶୀପୁର ବ୍ଲକର ଶତାଧିକ ଲୋକେ ରାୟଗଡା ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । କାଶୀପୁର ବ୍ଲକ ସବୁବେଳେ ଶାନ୍ତିପ୍ରିୟ ବ୍ଲକ ଥିବାବେଳେ କିଛି ସଙ୍ଘଠନ ଓ ngo ମନ୍ଦ ଉଧେଶ୍ୟ ରଖି ଗଣ୍ଡଗୋଳ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ଏହା ସହ କିଛି ରାଜନୈତିକ ଦଳ ସମସ୍ୟା ବୁଝିବା ପରେ ମଧ୍ୟ ପୁଣି ଥରେ ହିଂସା ର ବାତା ବରଣ ସୃଷ୍ଟି କରିବା ପାଇଁ ଆସନ୍ତା 22 ତାରିଖ ରୁ 28 ତାରିଖ ପର୍ଯ୍ୟନ୍ତ ଯେଉଁ ପଦଯାତ୍ରା ଆୟୋଜନ କରୁଛନ୍ତି ତାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ସହ ଯେଉଁ ସବୁ ସମସ୍ୟା ଅଛି ତାକୁ ପ୍ରଶାସନ ସିଧାସଳଖ ଅଞ୍ଚଳ ବାସୀ ଙ୍କ ସହ ଆଲୋଚନା କରି ସମଧାନ କରିବା ସହ ବାହାର ସଙ୍ଘଠନ କୁ ବାରଣ କରିବାକୁ ଦାବୀ କରିଛନ୍ତି କାଶୀପୁର ଅଂଚଳବାସୀ । ଆଜି କାଶୀପୁର ବ୍ଲକ ର ଅଞ୍ଚଳବାସି ଜିଲ୍ଲାପାଳ ଓ ଏସପି ଙ୍କୁ ସାକ୍ଷତ କରି ଦାବୀ ପତ୍ର ଦେବା ସହ ଯେଉଁମାନେ ଅଯଥା କାଶୀପୁର ବ୍ଲକ ରେ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ବିଶୃଙ୍ଖଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking