30.1 C
Bhubaneswar
Thursday, May 21, 2026
Homeଓଡିଶା୪୫ ଡିଗ୍ରି ଟପିଲା ପଶ୍ଚିମ ଓଡ଼ିଶାର ତାପମାତ୍ରା

୪୫ ଡିଗ୍ରି ଟପିଲା ପଶ୍ଚିମ ଓଡ଼ିଶାର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଏବଂ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସାରା ରାଜ୍ୟରେ ପାରଦ ଉପରମୁହାଁ ହେବାରେ ଲାଗିଛି। ସକାଳୁ ଉଠିବା କ୍ଷଣି ଦେହରୁ ଗମ୍ ଗମ୍ ଝାଳ ବାହାରୁଥିବା ବେଳେ, ଦିନ ବଢ଼ିବା ସହିତ ତାପମାତ୍ରା ଆକାଶଛୁଆଁ ହେଉଛି। ଏହା ସାଙ୍ଗକୁ ପ୍ରବଳ ଝାଞ୍ଜି ପବନ ସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ଗରମ ଓ ଗୁଳୁଗୁଳିର ମାଡ଼ରେ ସାଧାରଣ ଜନତା ସନ୍ତୁଳି ହେଉଛନ୍ତି। ପ୍ରବଳ ଖରାରେ ନରସିଂହପୁରରେ ଜଣଙ୍କ ଜୀବନ ବି ଯାଇଥିବା ଅଭିଯୋଗ ହୋଇଛି। ସୂର୍ୟ୍ୟଙ୍କ ପ୍ରଖର କିରଣରୁ କେହି ବର୍ତ୍ତିପାରୁନାହାନ୍ତି। ବିଶେଷ କରି ଝାରସୁଗୁଡ଼ାରେ ପରିସ୍ଥିତି ଅସମ୍ଭାଳ ରୂପ ଧାରଣ କରିଛି। ଆଜି ୪୫ ଡିଗ୍ରି ପାର୍‌ କରିଛି ପାରା। ସକାଳୁ ରାତି ଯାଏଁ ସ୍ଥାନୀୟ ବାସିନ୍ଦା ଗରମରେ ଆଉଟୁପାଉଟୁ ହେଉଛନ୍ତି। ଦିନ ଦ୍ୱିପହରରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି ଏବଂ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ବ୍ୟବସାୟୀଠାରୁ ଆରମ୍ଭ କରି ଦିନମଜୁରିଆ, ସମସ୍ତଙ୍କ ଜୀବିକା ଏହି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗଭୀର ଭାବେ ପ୍ରଭାବିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking