29.1 C
Bhubaneswar
Thursday, May 21, 2026
Homeଓଡିଶାପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ

ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ : ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ। ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି। ଫିରୋଜପୁର କ୍ୟାଣ୍ଟନମେଣ୍ଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି। ମେ’ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି। ଧାର୍ଯ୍ୟ ତିଥି ଜୁଲାଇ ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲ୍ଲାପାଳ। ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳି ନାହିଁ।ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଫିରୋଜପୁର କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବରେ ନିର୍ଦ୍ଧାରିତ ତାରିଖର ପ୍ରାୟ ଦୁଇ ମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking