29.1 C
Bhubaneswar
Thursday, May 21, 2026
Homeଓଡିଶାବଦଳିଲା କ୍ରୁଟ୍‌ର ନାଁ: ବିଭିନ୍ନ ଜିଲ୍ଳା ହେଡ କ୍ଵାଟରରେ ଚାଲିବ ନୂଆ ବସ

ବଦଳିଲା କ୍ରୁଟ୍‌ର ନାଁ: ବିଭିନ୍ନ ଜିଲ୍ଳା ହେଡ କ୍ଵାଟରରେ ଚାଲିବ ନୂଆ ବସ

ଭୁବନେଶ୍ୱର: ବଦଳିଲା କ୍ରୁଟ୍‌ର ନାଁ । କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟକୁ ପରିବର୍ତ୍ତନ ହେଲା କ୍ରୁଟ୍‌ । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାସହ ବିଭିନ୍ନ ଜିଲ୍ଳା ହେଡ କ୍ଵାଟରରେ ଚାଲିବ ନୂତନ ବସ । କମରସିଆଲ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ, ସେହି ଆଧାରରେ ଏବେ ବିଭିନ୍ନ ସହରରେ ଚାଲିବ କ୍ରୁଟ୍‌ ବସ୍ । ପ୍ରଥମେ କେଉଁଝର ଜିଲ୍ଲାରେ ୨୫ଟି ବସ ବ୍ୟବସ୍ଥା କରାଯାଇଥିଲା। ପରବର୍ତ୍ତୀ ସମୟରେ ଦ୍ଵିତୀୟ ପର୍ଯ୍ୟାୟରେ ବାରିପଦା ,ଅନୁଗୁଳ,ଝାରସୁଗୁଡ଼ା ଓ ବାଲେଶ୍ୱରରେ ଚାଲିବ କ୍ରୁଟ୍‌ର ଆମ ବସ୍ ।

ଯାଜପୁର,ରାୟଗଡ଼ା ଜୟପୁର, ଭଦ୍ରକ ଓ ବଲାଙ୍ଗୀରରେ ମଧ୍ୟ ଚାଲିବ କ୍ରୁଟ୍‌ ପକ୍ଷରୁ ଆମ ବସ୍ । ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆବଶ୍ୟକ ଅନୁଯାୟୀ ଏହି ବସ୍ ସେବା ସୁବିଧା ଯୋଗାଇଦିଆଯିବ । ଏହି ସମସ୍ତ ବସ୍ ସମ୍ପୂର୍ଣ୍ଣ ଇଭି ବସ୍ ହେବ । ବସଷ୍ଟାଣ୍ଡ ଗୁଡ଼ିକ ମଧ୍ୟ ଡିଜିଟାଲ କରାଯିବ, ବସ ଦୁର୍ଘଟଣା ରୋକିବା ପାଇଁ ଲାଗିବ ଆଡ଼ାଶ ସିଷ୍ଟମ୍ । ନୂଆ ବସରେ ଏ ବ୍ୟବସ୍ଥା ରହିଛି । ଦୁର୍ଘଟଣା ରୋକିବା ପାଇଁ ବସ ଚାଳକଙ୍କ ପ୍ରତ୍ୟେକ ଦିନ ତିନି ଥର ନିଶା ଚେକିଂ କରାଯାଉଛି । ଦୁର୍ଘଟଣା ସମୟରେ ଯିଏ ବି ଦୋଷ କରିଥିବା ସିଏ ଦଣ୍ଡ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking