29.1 C
Bhubaneswar
Thursday, May 21, 2026
Homeଓଡିଶାଟ୍ରାକ୍ଟର ରୋଟରରେ ଫସି ଯୁବକଙ୍କ ମୃତ୍ୟୁ

ଟ୍ରାକ୍ଟର ରୋଟରରେ ଫସି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ: ଟ୍ରାକ୍ଟର ରୋଟରରେ ଫସି ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଧୀନ ସାନରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମଧୁରଚୁଆ ଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଟ୍ରାକ୍ଟର ରୋଟରରେ ଫସି ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଡିଆଁଡେଇଁ ଗ୍ରାମର କାଙ୍ଗାଳି ନାହାକଙ୍କ ଏକମାତ୍ର ରୋଜଗାରିଆ ପୁଅ ରାଜେଶ ନାହାକ ।କୃଷି କାମ ସମୟରେ ଅସାବଧାନତାବଶତଃ ରାଜେଶ ଟ୍ରାକ୍ଟରର ରୋଟରରେ ଫସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ଘଟଣାପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକଙ୍କ ଦୁଃଖ କହିଲେ ନସରେ । ଖବର ପାଇ ରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking