33.1 C
Bhubaneswar
Sunday, May 17, 2026
Homeଦେଶ ବିଦେଶପେଟ୍ରୋଲ ସଂଙ୍କଟରୁ ମୁକ୍ତ ହେବ ଭାରତ

ପେଟ୍ରୋଲ ସଂଙ୍କଟରୁ ମୁକ୍ତ ହେବ ଭାରତ

ଗୁଜୁରାଟ :ପେଟ୍ରୋଲ ସଂଙ୍କଟରୁ ମୁକ୍ତ ହେବ ଭାରତ।ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣକୁ ବଢିଥିବା ଚିନ୍ତା ଭିତରେ ଭାରତ ପାଇଁ ଏକ ଆଶ୍ଵସ୍ତିକର ଖବର। ପ୍ରାୟ ୨୦ ହଜାର ଟନ୍ ଏଲପିଜି ଧରି ଟ୍ୟାଙ୍କର ସିମି ସୁରକ୍ଷିତ ଭାବେ ଗୁଜରାଟର କଚ୍ଛ ଜିଲ୍ଲାସ୍ଥିତ କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଏହି ଟ୍ୟାଙ୍କରଟି ମେ ୧୩ ତାରିଖରେ ରଣନୀତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପାର ହୋଇ ଭାରତରେ ପହଞ୍ଚିଛି। ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଗଚି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଆରାଗଚି କହିଛନ୍ତି ଯେ,ବାଣିଜ୍ୟିକ ସୁରକ୍ଷା ପାଇଁ ବନ୍ଧୁ ଦେଶଗୁଡ଼ିକ ଇରାନ ଉପରେ ଭରସା ରଖିବା ଉଚିତ।ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ,ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଆଞ୍ଚଳିକ ସ୍ଥିତି ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଛି। ଇରାନ ସର୍ବଦା ହର୍ମୁଜ ସୁରକ୍ଷା ପାଇଁ ନିଜର ଐତିହାସିକ ଦାୟିତ୍ୱ ତୁଲାଇବ।ଇରାନ ସମସ୍ତ ବନ୍ଧୁ ଦେଶ ପାଇଁ ଏକ ବିଶ୍ୱସନୀୟ ଅଂଶୀଦାର ଏବଂ ବ୍ୟାପାରିକ କାର୍ଯ୍ୟକଳାପର ସୁରକ୍ଷା ନିଶ୍ଚିତ କରିବ। ସୂଚନାଯୋଗ୍ୟ,ମେ ୧୩ ତାରିଖରେ ଭାରତ ଆସୁଥିବା ଏଲପିଜି ଟ୍ୟାଙ୍କର ଏମଭି ସନସାଇନ୍ ମଧ୍ୟ ହର୍ମୁଜ୍ ପାର୍ କରିଥିଲା। ଜାହାଜକୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚାଇବା ପାଇଁ ଭାରତୀୟ ନୌସେନା ସମେତ ଅନେକ ଏଜେନ୍ସି କାର୍ଯ୍ୟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking